ଅଶୁଭ ବୁଧବାର, ସଡକ ଦୁର୍ଘଟଣାରେ 6 ମୃତ

ନୟାଗଡ: କୋଣାର୍କ ବଢ଼େଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପିଣ୍ଡିରେ ପିଟି ହେଲା ବାଇକ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣକର ମୃତ୍ୟୁ ହୋଇଛି l ମୃତକ ହେଲେ ଚାରିଛକ ଅଞ୍ଚଳର ଜୟ ପ୍ରକାଶ ସାହୁ, ଦୀପକ ମଲ୍ଲିକ ଓ ସାଗର ମଲ୍ଲିକ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା ।
ସେହିପରି ନୟାଗଡ଼ ଇଟାମାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୋକାନକୁ ମାଡିଗଲା କାର୍ । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି l ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁର୍ଘଟଣା l ଖୋର୍ଦ୍ଧା ସାଗରଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି l ଦ୍ରୁତ ଗତିରେ କାରଟି ଦୋକାନକୁ ଧକ୍କା ଦେଇଥିଲା l ଡ୍ରାଇଭର ଫେରାର ରହିଛି । ଘଟଣାସ୍ଥଳରେ ଇଟାମାଟି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବସିଥିବା କାର ମାଲିକଙ୍କ ମୃତ୍ୟୁ ହୋଇଥିବାବେଳେ ପଥଚାରୀଙ୍କ ପରିଚୟ ମିଳିପାରିନାହିଁ l
📱 Get Argus News App
✨ସେହିପରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥର ସତସଙ୍ଗ ବିହାର ଛକ ନିକଟରେ ବସ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍କୁଟିରେ ବସିଥିବା ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋର ଅଞ୍ଚଳରୁ ଯଦୁନାଥ ବାରିକ ସ୍କୁଟିଯୋଗେ ତାଙ୍କ ପତ୍ନୀ ପ୍ରତିଭା ବାରିକଙ୍କୁ ନେଇ ସିମୁଳିଆ ଆସୁଥିବାବେଳେ ସତସଙ୍ଗ ବିହାର ଛକ ନିକଟରେ ରାଜାବାବୁ ନାମକ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଥିଲେ । ବସଟି ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ସ୍କୁଟିକୁ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।