|
logo
Live

Argus News - ପୁଣି ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ

Odisha

ପୁଣି ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ

Smruti Parija
Browse all articles by Smruti Parija
·1 year ago·3 min read
ପୁଣି ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ

Key Points

ନୂଆ ବର୍ଷରେ ହେଲା ଦର୍ଶନ ଶୃଙ୍ଖଳା । ନୂଆ ଅନୁଭୂତି ପାଇଲେ ଭକ୍ତ ଶ୍ରଦ୍ଧାଳୁ । ଶୃ

ପୁରୀ: ନୂଆ ବର୍ଷରେ ହେଲା ଦର୍ଶନ ଶୃଙ୍ଖଳା । ନୂଆ ଅନୁଭୂତି ପାଇଲେ ଭକ୍ତ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ କଲେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ । ପ୍ରଥମ କରି ନବବର୍ଷର ଭିଡରେ ବି ଭିତର କାଠ ଦର୍ଶନ ସୁଯୋଗ ପାଇଲେ ଭକ୍ତ ଶ୍ରଦ୍ଧାଳୁ । ଭିତର କାଠରେ ଶୃଙ୍ଖଳିତ ଦର୍ଶନକୁ ନେଇ ଭକ୍ତ ଓ ସେବାୟତ ମହଲରେ ପ୍ରସଂଶା କରାଯାଇଛି । ଆଜି ବି ଚାଲିଛି ଶୃଙ୍ଖଳିତ ଦର୍ଶନ । ନୀତି ସଅଳ ଯୋଗୁଁ ମିଳିଲା ସୁଫଳ । ଆଜି ଠାରୁ ପୁଣି ଚାରିଦ୍ଵାରରେ ପ୍ରବେଶ ଅନୁମତି ପାଇଁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଧାଡ଼ିରେ ଯାଇ ଶୃଙ୍ଖଳା ପୂର୍ବକ ଦର୍ଶନ ଥିଲା ବଡ ଆହ୍ବାନ । ଶୃଙ୍ଖଳିତ ରଥଯାତ୍ରା ଭିଡ ନିୟନ୍ତ୍ରଣ ପରେ ଇଂରାଜୀ ନୂଆବର୍ଷ ଦର୍ଶନରେ ଶୃଙ୍ଖଳାରେ ବି ସଫଳ ରାଜ୍ୟ ସରକାର ।


ସେପଟେ ଆସନ୍ତାକାଲି ଠାରୁ ପୁନର୍ବାର ଆରମ୍ଭ ହେବ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ସରିଛି ଚୂନ ଡି ପ୍ଲାଷ୍ଟରିଂ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଷ୍ଟୋନ୍ ମରାମତି କାର୍ଯ୍ୟ । ଦ୍ଵିତୀୟ ଭୋଗ ମଣ୍ଡପ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କେବଳ ବାହାର କାଠରେ ଦର୍ଶନ ସୁଯୋଗ ମିଳିବ । ସଅଳ ନୀତି ପରିଚାଳନା ଯୋଗୁଁ ହାସଲ ଫ୍ରି ଦର୍ଶନ ଓ ଭିଡ ନିୟନ୍ତ୍ରଣରେ ସଫଳ ହୋଇଛନ୍ତି ପ୍ରଶାସନ ଓ ରାଜ୍ୟ ସରକାର । ଇଂରାଜୀ ନବବର୍ଷରେ ଭିଡ ଭିତରେ ନୂଆ ବର୍ଷରେ ନୂଆ ଅନୁଭୁତି ପାଇ ବେଶ ଖୁସ୍ ଭକ୍ତ । ପ୍ରଥମ କରି ଇଂରାଜୀ ନବବର୍ଷର ଭିଡ ଭିତରେ ବି ଭିତର କାଠ ଦର୍ଶନର ଅନୁଭୁତି ସାଉଁଟି ଭାବ ବିହ୍ୱଳ ହୋଇଛନ୍ତି ଶ୍ରଦ୍ଧାଳୁ । ୬ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଅନୁଭୁତି ଦେବାରେ ସଫଳ ହୋଇଛି ପ୍ରଶାସନ ।


ଆଜି ବି ସୁନ୍ଦର ଦର୍ଶନ ଅନୁଭୁତି ନେଉଛନ୍ତି ଭକ୍ତ । ଗୋଟିଏ ପଟରେ ସଅଳ ନୀତି ଅନ୍ୟପଟରେ ପୋଲିସର ଶ୍ରୀମନ୍ଦିର ଇନର ଓ ଆଉଟର ସୁରକ୍ଷା ବଳୟ ଦର୍ଶନକୁ ଶୃଙ୍ଖଳିତ କରିଛି । ହ୍ୟୁମାନ ଚେନ୍ ଓ ବ୍ଲକିଂ ଟିମ୍ ପାଇଛି ସଫଳତା । ଫୁଟ୍ ଫଲ୍ କାଉଣ୍ଟି ଆକଳନ କରି ବ୍ୟାରିକେଡ଼ ସମ୍ପ୍ରସାରଣ ଓ ଲୋକଙ୍କୁ ସ୍ଥାନାନ୍ତର ପାଇଁ ମଧ୍ୟ ବ୍ୟବସ୍ଥା କରି ସଫଳ ହୋଇଛି ପ୍ରଶାସନ । ଭିତରେ କିଛି ଟା ସମସ୍ୟା ହୋଇଥିଲେ ହେଁ ମୋଟାମୋଟି ମିଳିଛି ସଫଳତା । ପାଣି ବଣ୍ଟନରେ ସେଣ୍ଟ ଜୋନ ଆମ୍ବୁଲାନ୍ସ ଓ ଦିବ୍ୟାଙ୍ଗ ବରିଷ୍ଠ ନାଗରିକ ଦର୍ଶନ ପାଇଁ ଯୁବଶକ୍ତି ଭଲ୍ୟୁଣ୍ଟିଅର ମଧ୍ୟ ପୋଲିସ ଓ ଜିଲ୍ଲା ପ୍ରଶାସନ କୁ ବେଶ ସହଯୋଗ କରିଥିଲେ । ତେବେ କେବଳ ପୁରୀ ଓ ସ୍ଥାନୀୟ ସାହି ବାସିନ୍ଦାଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ କିଛି ଟା ଅସନ୍ତୋଷ ରହିଛି । କିନ୍ତୁ ବେଳାଭୂମିରେ ସଫିସେଣ୍ଟ ଲାଇଫ ଗାର୍ଡ ମୁତୟନ, ଟ୍ରାଫିକର ସୁପରିଚାଳନା ଏବଂ ଭକ୍ତ,ପର୍ଯ୍ୟଟକଙ୍କ ସୁରକ୍ଷା ସହ ପାର୍କିଂ ବ୍ୟବସ୍ଥାରେ ସୁଧାର ଭକ୍ତଙ୍କୁ ଭଲ ଅନୁଭୂତି ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟରେ ବଡଦିନ ଓ ନବବର୍ଷ ଭିଡକୁ ନଜରରେ ରଖି ସିଂହଦ୍ଵାର ପାର୍ଶ୍ୱରୁ ୩ ଦିନ ପାଇଁ ଯେଉଁ ଏକମୁଖି ଦର୍ଶନ ବ୍ୟବସ୍ଥା କରାଯାଇଥିଲା ତାହା ଆଜି ଠାରୁ ସମାପ୍ତ ହୋଇଛି । ତେଣୁ ପୁଣି ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ସେପଟେ ନବ ବର୍ଷ ଭିଡ ଯୋଗୁଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ ଗତ ୨୫ ତାରିଖ ଠାରୁ ସ୍ଥଗିତ ରହିଥିଲା । ଆସନ୍ତାକାଲି ପୁନର୍ବାର ଏହା ତ୍ୱରାନ୍ୱିତ ହେବ । ଆସନ୍ତାକାଲି ଦ୍ଵିତୀୟ ଭୋଗ ମଣ୍ଡପ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୫ ରୁ ୬ ଘଣ୍ଟା ମରାମତି କାର୍ଯ୍ୟ କରିବ ଏଏସଆଇ । ରତ୍ନ ଭଣ୍ଡାରରେ ୨୦ ଫୁଟ୍ ଲୁହା ଭାରା ବନ୍ଧାଯାଇ ପୁରୁଣା ଚୂନ ପ୍ଲାଷ୍ଟରକୁ ଡି ପ୍ଲାଷ୍ଟର କରାଯାଇ ସାରିଛି । ଆସନ୍ତାକାଲି ଠାରୁ ପ୍ରଥମେ ଭର୍ଟିକାଲ କ୍ରାକ୍ସ୍ ମରାମତି କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରଭାବିତ ହୋଇଥିବା ବା ଫାଟ ଥିବା ଷ୍ଟୋନ ବା ପଥର ଗୁଡ଼ିକ ପ୍ରଥମେ ପରିବର୍ତ୍ତନ ହେବ ଓ ମରାମତି ହେବ । କାନ୍ଥ କାର୍ଯ୍ୟ ସରିଲେ ହୋରାଇଜେଣ୍ଟାଲ କ୍ରାକ୍ସ ବା ଚଟାଣରେ ଥିବା ଫାଟ ଓ ମୂଷା ଗାତ ମରାମତି ହେବ ।


ତେଣୁ ଆସନ୍ତାକାଲି ଠାରୁ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ପରେ ମରାମତି କାମ ଶେଷ ଅର୍ଥାତ୍ ସନ୍ଧ୍ୟା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । କେବଳ ବାହାର କାଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ତେଣୁ ସଅଳ ନୀତି ଓ ସେବାୟତ ସମନ୍ଵୟ ଉପରେ ନଜର ରହିବ ।

Sponsored
ପୁଣି ଚାରିଦ୍ୱାର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ | Argus News