Videos
|
Odisha

୬ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·1 year ago
୬ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ

ଭୁବନେଶ୍ୱରରେ ପୁଣି ଝାଡାବାନ୍ତି ଆତଙ୍କ । ନୀଳାଦ୍ରି ନିବାସ ପରେ ଏବେ ଡୁମଡୁମା ଅଂଚଳରେ ଏକା ଘରୋଇ କଲେଜରେ ବ୍ୟାପିଛି ଝାଡାବାନ୍ତି। ଯୁକ୍ତ 2 ଗାନ୍ଧି ବିଦ୍ୟାପୀଠ କଲେଜରେ 6 ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଆସିଛି ସୂଚନା। ପାଣିରୁ ଝାଡବାନ୍ତି ଵ୍ୟାପୀ ଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଉକ୍ତ କଲେଜ ଏବଂ ହଷ୍ଟେଲର 4ଟୀ ସ୍ଥାନରୁ ପାଣି ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଙ୍ଗ ପାଇଁ ପଠା ଯାଇଛି।


କଲେଜ ପରିସରରେ ବର୍ତ୍ତନମାନ ସ୍ୱାସ୍ଥ୍ୟ ବିଭାଗର ଟିମ ଡେରା ପକେଇଛନ୍ତି। ତେବେ 6ଜଣା ଛାତ୍ରଛାତ୍ରୀ ଏବେ ସୁସ୍ଥ ଅଛନ୍ତି । ଏଖବର ପରେ ରାଜଧାନୀବାସୀ ଚିନ୍ତାରେ। ଦିନକୁ ଦିନ ଏହା ଜଣଙ୍କ ପରେ ଜଣଙ୍କୁ ଆଟାକ କରୁଛି। ତେବେ ଯଥାଶୀଘ୍ର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
six-students-suffering-from-diarrhea-in-bhubaneswar | Argus News