ସମ୍ପତ୍ତି ତାଲିକା ନ ଦେଲେ ବଢ଼ିବନି ଦରମା, ମିଳିବନି ପଦୋନ୍ନତି

Key Points
୫ ସୂତ୍ରୀ କାର୍ଯ୍ୟାବଳୀ ଜାରି
ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ ମନା
ଜାନୁଆରୀ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ
ପୁରୀ: ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀ ଏବଂ ଅଧିକାରୀଙ୍କ ଲାଗି ୫ ସୂତ୍ରୀ କାର୍ଯ୍ୟାବଳୀ ଜାରି ହୋଇଛି । ଜାରି ୫ ସୂତ୍ରୀ କାର୍ଯ୍ୟବଳୀ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ମୁଖ୍ୟ ପ୍ରଶାସକ ଜାରି କରିଥିବା ୫ ସୂତ୍ରୀ କାର୍ଯ୍ୟବଳୀ ଅନୁଯାୟୀ ଡ୍ୟୁଟି ସମୟରେ ଗୁଟଖା, ପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତି ମାସର ତୃତୀୟ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ । ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ଜାନୁଆରୀ ୩୧ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ । ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବୃଦ୍ଧି, ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ମିଳିବ ନାହିଁ ।
📱 Get Argus News App
✨ପ୍ରତ୍ୟେକ ଶୁକ୍ରବାର ସମସ୍ତେ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଡ୍ୟୁଟି ସମୟରେ ମୋବାଇଲ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ଵାଗତ କରାଯାଇଛି । ତେବେ କେବେଠାରୁ ଏହା ଲାଗୁ ହେବ ଓ ଏହାକୁ କେଉଁ ଅଧିକାରୀ ତଦାରଖ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ଏହା ଲାଗୁ ହେବ ବୋଲି ଆଶା କରାଯାଉଛି ।