Jagannath / ଇଂରାଜୀରେ ଛପା ହେବ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟା
·9 months ago·2 min read

Key Points
ଜଗତ ଜାଣିବ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ଓ ଶ୍ରୀକ୍ଷେତ୍ର ମହିମା
ଇଂରାଜୀରେ ଛପା ହେବ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟା
ଶ୍ରୀଜଗନ୍ନାଥ ପ୍ରଚାର ଓ ପ୍ରସାର କମିଟିରେ ହୋଇଛି ବଡ଼ ନିଷ୍ପତି

ବିଶ୍ୱବ୍ୟାପି ପରିବ୍ୟାପ୍ତ ହେବ ମହାପ୍ରଭୁଙ୍କ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟା । ପୂର୍ବରୁ ସଂସ୍କୃତରେ ଏହା ଥିବାବେଳେ ତା ପରେ ଓଡିଆ ଅନୁବାଦ ଓ ପରେ ହୀନ୍ଦିରେ ଅନୁବାଦ ପରେ ଏବେ ସ୍କନ୍ଦପୁରାଣକୁ ଗ୍ଲୋବାଲୀ କରିବା ପାଇଁ ଇଂରାଜୀରେ ଅନୁବାଦ ହେବ ବୋଲି ଶ୍ରୀଜଗନ୍ନାଥ ପ୍ରଚାର ଓ ପ୍ରସାର କମିଟିରେ ହୋଇଛି ନିଷ୍ପତି। ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହା ଅନୁମୋଦନ ପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ଶ୍ରୀମନ୍ଦିର ପ୍ରଶାସନର ଶ୍ରୀଜଗନ୍ନାଥ ତତ୍ୱ, ଗବେଷଣା, ପ୍ରକାଶ ଓ ପ୍ରସାର ଉପକମିଟି ବୈଠକରେ ହୋଇଛି ବଡ଼ ନିଷ୍ପତି। ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ଲିଖିତ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟା ପୁସ୍ତକ ରଚିତ ହୋଇଥିବା ବେଳେ ଏଥିରେ ରହିଛି ଦୁଇ ଭାଗ ଓ ରହିଛି ୬୦ଟି ଅଧ୍ୟାୟ। ଯେଉଁଥିରେ ପ୍ରଥମ ଭାଗ ବା ଖଣ୍ଡରେ ୨୬ଟି ଅଧ୍ୟାୟ ରହିଥିବା ବେଳେ ଦ୍ୱିତୀୟ ଖଣ୍ଡରେ ରହିଛି ୩୪ଟି ଅଧ୍ୟାୟ । ଆଉ ସମୁଦାୟ ରହିଛି ୩୮୬୩ଟି ଶ୍ଲୋକ। ସେଥିମଧ୍ୟରୁ ବଛାବଛା ଏକ ହଜାର ଶ୍ଲୋକକୁ ଚୟନ କରାଯାଇ ଓଡିଆ, ହିନ୍ଦି ପରେ ଏବେ ଇଂରାଜୀ ଭାଷାରେ ଛାପିବା ପାଇଁ ହୋଇଛି ନିଷ୍ପତି।
ଏଥିସହ ପଢ଼ନ୍ତୁ: କ୍ୟାବିନେଟ ବୈଠକରେ ୭ଟି ବିଭାଗର ପ୍ରାୟ ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା
ଶ୍ରୀମନ୍ଦିର ପରମ୍ପରା ସଂସ୍କୃତି ଓ ଜଗନ୍ନାଥଙ୍କ ଲୀଳା ଖେଳା ଓ ଯାନିଯାତ୍ରା ସମ୍ପର୍କରେ ଅନେକ ସମୟରେ ଗବେଷକ ହୁଅନ୍ତୁ ଅବା ସନାତନୀ ହିନ୍ଦୁ ଅନେକ ସମୟରେ ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତି। ତେଣୁ ଏସବୁ ରୋକିବା ପାଇଁ ସେମାନଙ୍କୁ ଜଗନ୍ନାଥ ତତ୍ୱ ବିଷୟରେ ଅବଗତ କରାଇବା ପାଇଁ ଶ୍ରୀଜଗନ୍ନାଥ ପ୍ରଚାର ଓ ପ୍ରସାର କମିଟିରେ ସ୍କନ୍ଦପୁରାଣ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟାକୁ ଇଂରାଜୀରେ ଅନୁବାଦ ପାଇଁ ନିଜେ ଗଜପତି ମହାରାଜ କହିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍କନ୍ଦପୁରାଣର ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟାକୁ ଇଂରାଜୀ ଅନୁବାଦ ପ୍ରସଙ୍ଗରେ ଅନୁମୋଦନ ମିଳିବା ପରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିବ୍ୟଧାମ ବାବା ନିର୍ଲିପ୍ତା ନନ୍ଦ ମହାରାଜ ଇଂରାଜୀରେ ଏକ ଅନୁବାଦ କରିଥିବା ବେଳେ ସେଥିରେ ଅନେକ ଶ୍ଲୋକକୁ ଅପସାରଣ କରିବା ସହ ତାହାକୁ ପ୍ରଚାର ପ୍ରସାର ସବ କମିଟି ଅନୁଧ୍ୟାନ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଇଂରାଜୀରେ ଛପାଯିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
Related Topics
Explore more stories