Videos
|
Odisha

ଔଷଧୀୟ ତଥା ସୁଗନ୍ଧିତ ଉଦ୍ଭିଦ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

Smruti Parija
Browse all articles by Smruti Parija
·1 year ago·1 min read
ଔଷଧୀୟ ତଥା ସୁଗନ୍ଧିତ ଉଦ୍ଭିଦ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ଔଷଧୀୟ ତଥା ସୁଗନ୍ଧିତ ଉଦ୍ଭିଦ ଉପରେ ଅତ୍ୟାବଶ୍ୟକ ତେଲର ମୂଲ୍ୟବୋଧ ବିଷୟରେ ଏକ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇଏମଏମଟି ଭୁବନେଶ୍ୱରର ମିଳିତ ଅନୁଷ୍ଠାନ ଅଧୀନରେ ଥିବା ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ରିସର୍ଚ୍ଚ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ପରିଦା ଏବଂ ଆଇଏମଏମଟି ଭୁବନେଶ୍ୱରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବିନ କୁମାର ଧଳ ଏବଂ ସିଏମଏପି ଲକ୍ଷ୍ନୌର ବରିଷ୍ଠ ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ୍ ଡକ୍ଟର ପ୍ରଶାନ୍ତ କୁମାର ରାଉତ ଉଦ୍‌ଘାଟନ କରିଥିଲେ ।

ମୁଖ୍ୟ ବୈଜ୍ଞାନିକ ଡକ୍ଟର ନବିନ କୁମାର ଧଳ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଔଷଧୀୟ ତଥା ସୁଗନ୍ଧିତ ଉଦ୍ଭିଦ ଶୃଙ୍ଖଳାର ପ୍ରତ୍ୟେକ ପର୍ଯ୍ୟାୟକୁ ସମର୍ଥନ କରୁଥିବା ଏକ ଦୃଢ ଇକୋସିଷ୍ଟମ ସୃଷ୍ଟି କରିବା ଆବଶ୍ୟକ । ଯାହା ବ୍ୟକ୍ତି ଏବଂ ଅନୁଷ୍ଠାନର ଅଂଶଗ୍ରହଣରେ ସମ୍ଭବ ହେବ ।

ବରିଷ୍ଠ ବୈଜ୍ଞାନିକ ଡକ୍ଟର ପ୍ରଶାନ୍ତ କୁମାର ରାଉତ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲେମ୍ବୁ ଗ୍ରାସ୍, ମିଣ୍ଟ୍, ଏବଂ ବିଭିନ୍ନ ପ୍ରକାରର ଔଷଧୀୟ ତଥା ସୁଗନ୍ଧିତ ଚାଷ କାର୍ଯ୍ୟ କରାଯାଉଛି । ଯେଉଁଥିରେ କୋରାପୁଟର ନାରାୟଣପାଟଣା ଏବଂ ବନ୍ଧୁ ଗାଁ ବ୍ଲକରେ 1000 ଏକରରୁ ଅଧିକ ଚାଷ କାର୍ଯ୍ୟ କରାଯାଉଛି । ଯେଉଁଠାରେ କୃଷକମାନେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷରୁ ମିଳିଥିବା ତେଲରେ ମୂଲ୍ୟ ଯୋଗ କରି ସେମାନଙ୍କର ଆୟକୁ ଦ୍ୱିଗୁଣିତ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଚାଷୀଙ୍କୁ ମହୁମାଛି, ଛତୁ ଚାଷ, ତୁଳସୀ ଗାର୍ଲାଣ୍ଡ ଏବଂ ଫୁଲ ପାଉଡରରୁ ଔଷଧୀୟ ସାବୁନ୍ ଏବଂ ଧୂପକାଠି ବିଷୟରେ କୁହାଯାଇଥିଲା ।