Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ - ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·2 min read
ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ - ଧର୍ମେନ୍ଦ୍ର ପ୍ରଧାନ

Key Points

•    ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ ଭଳି ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବ
•    ବଡ ବଡ ସହରରେ ଏହି ପ୍ରଶିକ୍ଷଣ ପାଇଁ ଲକ୍ଷେ ଟଙ୍କା ନେଉଥିବା ବେଳେ ସ୍କିଲ୍ ଇଣ୍ଡିଆ ସେଣ୍ଟରରେ ସ୍ୱଳ୍ପ ମୂଲ୍ୟରେ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯିବ 
•    ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି
•    ଯୁବବର୍ଗଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦି ସରକାର ପ୍ରତିବଦ୍ଧ
 

ଦେବଗଡ଼:  ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଶନିବାର ଦେବଭୂମି ଦେବଗଡରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେବଗଡ଼ ପାଇଁ ଆଜି ଏକ ଆନନ୍ଦର ଦିନ । ଦେବଗଡରର ପିଲା ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଅଛି । ସେହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ନୂଆ ଭାରତର ପ୍ରସ୍ତୁତି ପାଇଁ ଯୁବବର୍ଗଙ୍କୁ ଅଧିକରୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଦେବଗଡ଼ରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ସ୍କିଲ ଇଣ୍ଡିଆ ଓ ଏନଏସଡିସି ସହଯୋଗରେ ସ୍ଥାପିତ ହୋଇଥିବା ଏହି ସେଣ୍ଟରରେ ଦେବଗଡ଼ ସମେତ ଆଖପାଖ ଅଞ୍ଚଳର ଯୁବକ ଯୁବତୀଙ୍କୁ ଭବିଷ୍ୟତର କାର୍ଯ୍ୟ ଗୁଡିକ ଉପରେ ବୈଶ୍ୱିକ ଢାଞ୍ଚାରେ ପ୍ରଶିକ୍ଷଣ ଦିଆଯିବ। 

ଷ୍ଟୋରିବୋର୍ଡ ଆଟିଷ୍ଟ, ଗ୍ରାଫିକ୍ସ ଡିଜାଇନ, ଗେମିଂ, କାର୍ଟୁନ, ଗ୍ରାଫିକ ଆର୍ଟ, ଆତିଥେୟତା, ଆଇଟି ସହାୟକା, ଲେଦର ଶିଳ୍ପ ସମେତ ବଡ ବଡ଼ ରେଷ୍ଟୁରାଣ୍ଟରେ କାମ କରିବା ପାଇଁ ୧୦ଟି କ୍ଷେତ୍ରରେ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି । ତାଲିମ ନେବା ପରେ ସେମାନଙ୍କୁ ଟୁଲକିଟ୍ ଦିଆଯିବ । ବଡ ବଡ ସହରରେ ଅନୁଷ୍ଠାନ ଗୁଡିକ ଏହି ପ୍ରଶିକ୍ଷଣ ପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ନେଉଥିବା ବେଳେ ଏନଏସଡିସି ସମେତ ଅନେକ ଶିଳ୍ପ ସମୂହର ସହଯୋଗରେ ସ୍ୱଳ୍ପ ମୂଲ୍ୟରେ ପିଲାଙ୍କୁ ତାଲିମ ଦିଆଯିବ । ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ଦେବଗଡର ଯେଉଁ ପିଲାଟି ରେଷ୍ଟୁରାଣ୍ଟରେ କାମ କରି ଯେତେ ଦରମା ପାଉଛି, ଏହି ସ୍କିଲ ଇଣ୍ଡିଆ ସେଣ୍ଟରରୁ ଟ୍ରେନିଂ ନେଲେ ତା’ର ଦରମା ବୃଦ୍ଧି ହେବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତକୁ ବିଶ୍ୱର ଦକ୍ଷତା କ୍ଷେତ୍ରର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ଅଛି । ବହୁସଂଖ୍ୟକ ଯୁବବର୍ଗର ଦେଶ ଭାରତ ।  ଭାରତର ଶକ୍ତି ଯୁବବର୍ଗଙ୍କ ମଧ୍ୟରେ ଅନ୍ତର୍ନିହିତ ।  ଆମର ଯୁବଶକ୍ତିଙ୍କୁ ଦକ୍ଷ ଓ ଆତ୍ମନିର୍ଭର କରିବା ମୋଦୀଙ୍କ ଗ୍ୟାରେଣ୍ଟି ହୋଇଛି । ଏହି ତାଲିମ୍ କେନ୍ଦ୍ର ଆଗାମୀ ଦନରେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । କର୍ମ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ଦୁନିଆ ସହ ଯୋଡିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
 

Sponsored
skill-india-centre-inagurated-in-deogarh | Argus News