Videos
|
Odisha

ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲିବ ସ୍କିନ୍ ବ୍ୟାଙ୍କ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲିବ ସ୍କିନ୍ ବ୍ୟାଙ୍କ

ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲିବ ସ୍କିନ୍ ବ୍ୟାଙ୍କ। ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ସରକାରୀ ପରିଚାଳିତ ସ୍କିନ୍‌ ବ୍ୟାଙ୍କ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ଦାତାଙ୍କଠାରୁ ଚର୍ମ ସଂଗ୍ରହ କରିବ ଏବଂ ମୁମ୍ବାଇ, ବେଙ୍ଗାଲୁରୁର କେନ୍ଦ୍ର ଉପରେ ବର୍ତ୍ତମାନର ନିର୍ଭରଶୀଳତାକୁ ଦୂର କରି ରୋଗୀଙ୍କ ପାଇଁ ଜୀବନରକ୍ଷାକାରୀ ଚର୍ମ ପ୍ରତିରୋପଣ ପ୍ରଦାନ କରିବ । ଏହି ସ୍କିନ୍‌ ବ୍ୟାଙ୍କ୍‌ ପୋଡ଼ା ରୋଗୀଙ୍କ ଜୀବନର ମାନକୁ ଉନ୍ନତ କରିବା ସହ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ଏପରି ରୋଗୀଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବ ବୋଲି ନଡ୍ଡା ପ୍ରକାଶ କରିଥିଲେ। ପ୍ରଥମେ ସେ ହସ୍ପିଟାଲ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଵାଚପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା ଉଦ୍‌ଘାଟନ କରିବା ସହ ବହୁମୁଖୀ ଗ୍ୟାଷ୍ଟ୍ରୋନୋମି ବ୍ଲକ୍‌ର ଶିଳାନ୍ୟାସ କରିଥିଲେ।


ଏମ୍‌ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଏହି ୱେବସାଇଟ୍‌ରେ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ ନିମନ୍ତେ ବହୁ ବ୍ୟବସ୍ଥା ରହିଛି। ସହଜରେ ଏମ୍‌ସର ବିଭିନ୍ନ ସେବା ପାଇବାକୁ ଲୋକମାନେ ଏହା ମାଧ୍ୟମରେ ସୂଚନା ପାଇପାରିବେ। ଏହା ବ୍ୟତୀତ ଇଏଚ୍‌ଏସ କ୍ଲିନିକ୍ ଏବଂ ଅମୃତ୍‌ ଫାର୍ମାସୀର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ ହୋଇଛି । ଯାହା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଏବଂ ସୁଲଭ ଔଷଧ ଯୋଗାଣ ସୁନିଶ୍ଚିତ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Skin bank to open for the first time in Odisha | Argus News