Sam Pasupalak / ଓଡ଼ିଆ ପୁଅଙ୍କ ବଡ଼ ସଫଳତା... GPT-6 Astraକୁ ପଛରେ ପକାଇବ SKY-001 ?

Key Points
ଓଡ଼ିଆ ପୁଅ ଶାମ ପଶୁପାଳକଙ୍କ ବଡ଼ ସଫଳତା
GPT-6 Astraକୁ ଟକ୍କର ଦେବ AI ମଡେଲ୍ ‘SKY-001’
ଶାମଙ୍କ କମ୍ପାନୀ 'Skyfall AI' ଦ୍ବାରା ପ୍ରସ୍ତୁତ AI ମଡେଲ୍
ଓଡ଼ିଆ ପୁଅଙ୍କ ବଡ଼ ସଫଳତା... GPT-6 Astraକୁ ଟକ୍କର ଦେବ AI ମଡେଲ୍ ‘SKY-001’ । ଖର୍ଚ୍ଚ ହେବ ୧୫୦ ଗୁଣ କମ୍ । ଓଡ଼ିଶାର ଭୁବନେଶ୍ୱରରୁ ଆସିଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉଦ୍ୟୋଗୀ ସାମ୍ ପଶୁପାଳକ ଏକ ନୂଆ ବିପ୍ଳବ ଆଣିଛନ୍ତି । ଏଠାରେ କହୁରଖୁଛୁ ଶାମ ପଶୁପାଳକ ହେଉଛନ୍ତି ଓଡ଼ିଶାର ଘରେ ଘରେ ପରିଚିତ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୁଅ ।
ଶାମଙ୍କ କମ୍ପାନୀ 'Skyfall AI' ଏକ ନୂଆ AI ମଡେଲ୍ ‘SKY-001’ ପ୍ରସ୍ତୁତ କରିଛି । ଯାହା ବିଶେଷ କରି ଇଞ୍ଜିନିୟରିଂ ଏବଂ ଡିଜାଇନ୍ କାମ ପାଇଁ ତିଆରି ହୋଇଛି । ଏହି ମଡେଲ୍ଟି ବିଶ୍ୱପ୍ରସିଦ୍ଧ AI ମଡେଲ୍ GPT-6 Astra ତୁଳନାରେ ୧୫୦ ଗୁଣ କମ୍ ଖର୍ଚ୍ଚରେ ଅଧିକ ସଠିକ୍ କାମ କରୁଥିବା ଦାବି କରାଯାଇଛି ।
ସାମ୍ ପଶୁପାଳକ ଓଡ଼ିଶାର ଭୁବନେଶ୍ୱର ବାସିନ୍ଦା ଓ ବର୍ତ୍ତମାନ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ରହୁଛନ୍ତି । ସେ କାନାଡାର ୱାଟରଲୁ ବିଶ୍ୱବିଦ୍ୟାଳୟରୁ ଗଣିତ ଓ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଏବଂ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ୨୦୧୧ରେ ସେ 'Maluuba' ନାମକ AI ଷ୍ଟାର୍ଟଅପ୍ ଗଢ଼ିଥିଲେ । ଯାହାକୁ ୨୦୧୭ ରେ ବିଶ୍ୱର ଅଗ୍ରଣୀ କମ୍ପାନୀ ମାଇକ୍ରୋସଫ୍ଟ କିଣି ନେଇଥିଲା ।
'SKY-001'ର ବିଶେଷତ୍ବ କ’ଣ ?
ଏହି AI ମଡେଲ୍ଟି କମ୍ପ୍ୟୁଟର ଏଡେଡ୍ ଡିଜାଇନ୍ ଓ ବିଲ୍ଡିଂ ଇନଫରମେସନ୍ ମଡେଲିଂକୁ ସହଜରେ ତିଆରି କରିପାରିବ । ସାଧାରଣ AI ମଡେଲ୍ ସମ୍ପୂର୍ଣ୍ଣ ଡିଜାଇନ୍ ଏକାଥରକେ ତିଆରି କରିବାକୁ ଚେଷ୍ଟା କରି ଭୁଲ୍ କରିଥାନ୍ତି । SKY-001 ଜଟିଳ ପ୍ରୋଜେକ୍ଟକୁ ଛୋଟ ଛୋଟ ଭାଗ କରି ସୋପାନ ଅନୁସାରେ ସଠିକ୍ ଡିଜାଇନ୍ ପ୍ରସ୍ତୁତ କରେ ।
GPT-6 Astraରେ ଗୋଟିଏ ଡିଜାଇନ୍ ପ୍ରସେସ୍ ପାଇଁ ପ୍ରାୟ ୬୨ ଟଙ୍କା ଖର୍ଚ୍ଚ ହୁଏ । ହେଲେ SKY-001ରେ ଏହି ଖର୍ଚ୍ଚ ପରିମାଣ ମାତ୍ର ୪୦ ପଇସା । ଏହା ଅନ୍ୟ ମଡେଲ୍ ତୁଳନାରେ ୫୧ ରୁ ୧୨୫ ଗୁଣ ଅଧିକ ଦ୍ରୁତ । ଡିଜାଇନ୍ ଆକୁରେସି କ୍ଷେତ୍ରରେ ଏହା GPT-6 Astraକୁ ପଛରେ ପକାଇପାରେ । GPT-6 Astraର ସଠିକତା ୭୯.୧% କିନ୍ତୁ SKY-001 ୭୯.୭% ସ୍କୋର୍ କରିଛି । Skyfall AI ଟିମ୍ର ୧୮ ମାସର କଠିନ ପରିଶ୍ରମ ପରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି ।
📱 Get Argus News App
✨Related Topics
Explore more stories