Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାତିରେ ଠିକ୍‌ରେ ନିଦ ହେଉନି କି ? ସାବଧାନ ରୁହନ୍ତୁ, ନହେଲେ........

Odisha

ରାତିରେ ଠିକ୍‌ରେ ନିଦ ହେଉନି କି ? ସାବଧାନ ରୁହନ୍ତୁ, ନହେଲେ........

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରାତିରେ ଠିକ୍‌ରେ ନିଦ ହେଉନି କି ? ସାବଧାନ ରୁହନ୍ତୁ, ନହେଲେ........

ଅର୍ଗସ ବ୍ୟୁରୋ:  କୁହାଯାଏ ପାହାଁନ୍ତିଆ ସ୍ଵପ୍ନ ସତ ହୁଏ କିନ୍ତୁ ସେଥିପାଇଁ ରାତିରେ ଶୋଇବା ଜରୁରୀ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଆଦୌ ନିଦ ହିଁ ହୁଏନାହିଁ । ସ୍ଵପ୍ନ ଦେଖିବା ତ ଦୂର କଥା ସେମାନେ ଠିକରେ ଶୋଇବି ପାରନ୍ତି ନାହିଁ । ବର୍ତ୍ତମାନ ବିଶ୍ଵରେ ୪୦ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ସମସ୍ୟା । କୁହାଯାଉଛି କି, କରୋନା ପରେ ଏହି ରୋଗ ଅଧିକ ବ୍ୟାପିବାରେ ଲାଗିଛି ।
ଶୋଇବା ସ୍ଵାସ୍ଥ୍ୟ ପାଇଁ କେତେ ଜରୁରୀ ଆମେ ସମସ୍ତେ ଜାଣିଛେ । ପ୍ରତିଦିନ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜ ସ୍ଵାସ୍ଥ୍ୟ ପ୍ରତି ବହୁତ ଅବହେଳା କରୁଛନ୍ତି । ଆଉ ପରିଣାମରେ ବହୁ ମାନସିକ ଦୁଶ୍ଚିନ୍ତା ଏବଂ ରୋଗର ଶିକାର ହେଉଛନ୍ତି।

ତେବେ ଶୋଇବାରେ ବି ବହୁ ନୀତିନିୟମ ରହିଛି । ଯେମିତି କି କେତେ ଶୋଇବା ଦରକାର କେଉଁ ସମୟରେ ଶୋଇବା ଦରକାର ଏବଂ କେଉଁ ସମୟରେ କଦାପି ଶୋଇବା କଥା ନୁହେଁ । ମନେରଖନ୍ତୁ ଦିନର ଦ୍ଵିପ୍ରହରରେ କେବେ ବି ଶୋଇବେ ନାହିଁ । ଆଉ ଯଦି ବି ରାତିରେ ନିଦ ନହେଉଛି ତା'ପରଦିନ ଦିନରେ ଶୁଅନ୍ତୁ ନାହିଁ । ଯଦି ନିଦ ଠିକ୍‌ରେ ହେଉନି ତାହାଲେ ଆପଣ ବି ସମସ୍ୟାରେ ପଡିପାରନ୍ତି । ତେଣୁ ସାବଧାନ ରୁହନ୍ତୁ...

ଏକ ଭଲ ନିଦ୍ରା ଆପଣଙ୍କ ଖାଇବା ଉପରେ ବି ନିର୍ଭର କରେ । ରାତ୍ରୀ ଭୋଜନ ଏକ ନିର୍ଦ୍ଦିଷ୍ଟ ସମୟରେ କରନ୍ତୁ । ଅଧିକ ବିଳମ୍ବରେ କରନ୍ତୁ ନାହିଁ କି ରାତିରେ ତେଲ ମସଲା ଖାଆନ୍ତୁ ନାହିଁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ। ବିଳମ୍ବିତ ରାତି ପଯ୍ୟନ୍ତ ଫୋନ କି ଟିଭି ଦେଖନ୍ତୁ ନାହିଁ। ଯଦି ଏହି ସବୁ କଲା ପରେ ବି ଯଦି ଠିକରେ ନିଦ ହେଉନାହିଁ ତେବେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ଏବଂ ନିଦ୍ରା ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poor Sleep | Argus News