Videos
|
Odisha

ଜାଳ କାଠ ପାଇଁ ବଡ଼ ଯା'କୁ ପିଟି ପିଟି ମାରିଦେଲା ସାନ

Ritu Das
Browse all articles by Ritu Das
·1 year ago
ଜାଳ କାଠ ପାଇଁ ବଡ଼ ଯା'କୁ ପିଟି ପିଟି ମାରିଦେଲା ସାନ

ଦେବଗଡ ସହରରେ ହତ୍ୟାକାଣ୍ଡ। ସାନ ଯାଆ ମାଡରେ ବଡ ଯାଆର ଚାଲିଗଲା ଜୀବନ। ସାମାନ୍ୟ ଜାଳ କାଠ ପାଇଁ ଦୁଇ ଯାଆଙ୍କ ମଧ୍ୟରେ ଗୁରୁବାର ସକାଳେ ଗଣ୍ଡଗୋଳ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ମାଡପିଟ ହୋଇଥିବା ବେଳେ ସାନ ଯାଆ ର ମାଡ଼ରେ ବିଧବା ବଡ଼ ଯାଆଙ୍କ ମୃତ୍ୟୁ ହୋଇଛି। ମୃତ ବଡ ଯାଆ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହିର ସ୍ବର୍ଗତ ପ୍ରଦ୍ୟୁମ୍ନ ଭୋଜଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ଭୋଜ(55)। ହତ୍ୟା ଅଭିଯୁକ୍ତ ହେଲେ ଗୀତା ଭୋଜ (45)।


ଘଟଣା ପରେ ପାଖ ପଡୋଶୀ ଜ୍ୟୋତ୍ସ୍ନାଙ୍କୁ ଅଚେତ ଅବସ୍ଥାରେ ଆଣି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉତ୍ୟକ୍ତ ସାହି ବାସିନ୍ଦା ଅଭିଯୁକ୍ତ ଗୀତାଙ୍କୁ ଅଟକ ରଖିଥିବାବେଳେ ଦେବଗଡ ଆଦର୍ଶ ଥାନା ପୋଲିସ ସେମାନଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
small-sister-in-law-beat-the-big-sister-in-law-and-death-for-firewood | Argus News