Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଶା ପ୍ରକୋପରେ ତ୍ରାହି ତ୍ରାହି ଡାକିଲେଣି ସ୍ମାର୍ଟସିଟିବାସୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ମଶା ପ୍ରକୋପରେ ତ୍ରାହି ତ୍ରାହି ଡାକିଲେଣି ସ୍ମାର୍ଟସିଟିବାସୀ

Key Points

ରାଜଧାନୀବାସୀଙ୍କୁ କଲବଲ କରୁଛି ମଶା
ମଶା ପ୍ରକୋପରେ ତ୍ରାହି ତ୍ରାହି ଡାକିଲେଣି ସ୍ମାର୍ଟସିଟିବାସୀ
କାମ ଦେଉନି ମଶାଧୂଆଁ ଗାଡି, କି ମଶାମରା ତେଲ !
ବିଏମସିର ପାରିବା ପଣିଆ ଉପରେ ପ୍ରଶ୍ନ ?
ଦୋଷ ଲୁଚେଇବାକୁ ସରକାରଙ୍କୁ ଦୋଷ ଠେଲିଲା ବିଏମସି

ମଶା ପ୍ରକୋପ ରୋକିବାରେ ଫେଲ ବିଏମସି। କାମରେ ଆସୁନି ଭୁବନେଶ୍ଵର ମହାନଗର ନିଗମର ମାଷ୍ଟର ପ୍ଲାନ। ରାଜଧାନୀରେ ବଢିଲାଣି ମଶାଙ୍କ ପ୍ରକୋପ। ସକାଳ ହେଉ କି ସଞ୍ଜ ଅବା ରାତି, ମଶା କାମୁଡ଼ାରେ ନୟାନ୍ତ ରାଜଧାନୀବାସୀ। ବିଭିନ୍ନ ଓ୍ଵାର୍ଡରେ ମଶା ବଂଶ ନାଶ କରିବାକୁ ଫଗିଂ ଓ ତେଲର ବ୍ୟବହାର କରାଯାଉଥିଲେ ମଧ୍ୟ ଏହା ଫଳପ୍ରଦ ହେଉନାହିଁ। ଏଭଳି ସ୍ଥିତିରେ ମଶା ମୁକାବିଲା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ମଶା ବଂଶ ବୃଦ୍ଧି ରୋକିବାକୁ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଛି। ସେହିପରି ଦୟା ଓ୍ଵେଷ୍ଟ କେନାଲ ଓ ଗଙ୍ଗୁଆ ନାଳ ସଫା ହେଲେ ମଶା ବଂଶବୃଦ୍ଧି ହ୍ରାସ ହେବ ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ୍।

ନିଜର ପାରିବା ପଣିଆ ଲୁଚାଇବାକୁ ଯାଇ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି ବିଏମସି ମେୟର। ସରକାର ବଦଳିବା ପରେ ବିଏମସି ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହେଉଥିଲା। ବିଏମସି ମେୟର କମିଶନର ଓ କର୍ପୋରେଟର ମାନେ ସଠିକ କାମ କରୁଛନ୍ତି, ହେଲେ ଦଳୀୟ ରାଜନୀତି ହେଉଥିବାରୁ ଆମେ ଦୁଃଖିତ ବୋଲି କହିଛନ୍ତି ମେୟର ସୁଲୋଚନା । ସେପଟେ ମେୟରଙ୍କ ଏଭଳି ବୟାନକୁ ବିରୋଧ କରିଛି ବିଜେପି।

କିଛି ଦିନ ପୂର୍ବରୁ ବସିଥିବା ବୈଠକରେ ମଶା ମୁକାବିଲା ନେଇ ଜୋର୍ ଦେଇଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ କରାଯିବ ସହ ସରକାର ଲୋକବଳ ମଧ୍ୟ ଯୋଗାଇଦେବେ ବୋଲି କହିଥିଲେ। ସରକାରଙ୍କ ସହଯୋଗ ସତ୍ତ୍ୱେ ବି ମେୟରଙ୍କ ଏଭଳି ଅସହାୟତା ବିଏମସିର ଅସଲ ଚେହେରାକୁ ପଦାରେ ପକାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smart City residents are already complaining about the mosquito infestation | Argus News