|
logo
Live

Argus News - ଡ୍ରାଇଭରକୁ ନିଦ ଲାଗିଲେ ବାଜିବ ସାଇରନ

Odisha

ଡ୍ରାଇଭରକୁ ନିଦ ଲାଗିଲେ ବାଜିବ ସାଇରନ

Smruti Parija
Browse all articles by Smruti Parija
·1 year ago·2 min read
ଡ୍ରାଇଭରକୁ ନିଦ ଲାଗିଲେ ବାଜିବ ସାଇରନ

Key Points

ଏଣିକି କମିବ ଦୁର୍ଘଟଣା । ଡ୍ରାଇବରକୁ ନିଦ ଲାଗିଲେ ବା ଆଖି ଖୋଲା ଥାଇ ମଧ୍ୟ ଅନ୍ୟମନସ୍କ ହେଲେ ବାଜିବ ସାଇରନ ।

ଭୁବନେଶ୍ୱର: ଏଣିକି କମିବ ଦୁର୍ଘଟଣା । ଡ୍ରାଇବରକୁ ନିଦ ଲାଗିଲେ ବା ଆଖି ଖୋଲା ଥାଇ ମଧ୍ୟ ଅନ୍ୟମନସ୍କ ହେଲେ ବାଜିବ ସାଇରନ । ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ । ଏନେଇ ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । IIT ମାଡ୍ରାସ ସହ ଅନ୍ୟମାନଙ୍କ ସାଙ୍ଗରେ ଚୁକ୍ତି ହୋଇଛି ।


ଡ୍ରାଇଭର ଆଖି ଟିକେ ପଡିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ । ମଦ ପିଇ ଗାଡି ଚଳେଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ ।


Road hypnotisimକୁ ମଧ୍ୟ ଏଡେଇବ ଏହି ଡିଭାଇସ । ବସ୍ ମାଲିକମାନେ ମଧ୍ୟ ଏହି ଟେକ୍ନୋଲୋଜି ତାଙ୍କ ପାଖରେ ପହଁଞ୍ଚିଇବା ପାଇଁ କହୁଥିଲେ । ସରକାର ଏ ବାବଦରେ ବଜେଟ୍ ମଧ୍ୟ ଆଣିବେ । ଆସନ୍ତା ବଜେଟରେ ଏହା ଲାଗୁ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଓଡିଶା ଯାତ୍ରୀ ଆପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଲା, ଉବେର ଏ ସବୁ କମରସିଆଲ ବେସିସ । ଅର୍ଥାତ ମିଡ଼ିଲ ମ୍ୟାନ ଲାଭବାନ ହେଉଛି । ଡ୍ରାଇଭରମାନଙ୍କଠାରୁ କମିଶନ ନେଉଛି କମ୍ପାନୀ । ସେହି ସବୁ ହଟେଇବା ପାଇଁ ସ୍ଵଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ଆପ କରାଯାଇଛି ।


ଓଡିଶା ଯାତ୍ରୀ ପ୍ରବାସୀ ଭାରତୀୟ ଦିବସରେ ମଧ୍ୟ ଲାଗିବ । ସୁରକ୍ଷିତ ଭାବେ ଯାତ୍ରୀ ଏଥିରେ ଯାଇପାରିବେ । ଏହା CRUT ଟେକନିକାଲ ହ୍ୟାଣ୍ଡଲ କରୁଛି ଏବଂ ଆପ୍ ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ବୋଲି କହିଛନ୍ତି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ । ତେବେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାବେଳେ ଏପରି ସ୍ମାର୍ଟ ଡିଭାଇସ ଦୁର୍ଘଟଣା କମାଇବାରେ ସାହାଯ୍ୟ କରିବ ।

Sponsored
ଡ୍ରାଇଭରକୁ ନିଦ ଲାଗିଲେ ବାଜିବ ସାଇରନ | Argus News