Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Electricity Consumer / ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ଉପଭୋକ୍ତାଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

Rashmita Mishra
Browse all articles by Rashmita Mishra
·6 months ago·2 min read
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି: ଉପଭୋକ୍ତାଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
Electricity Consumer

Key Points

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି
ସରକାର ଲଗାଇବେ ସ୍ମାର୍ଟ ମିଟର
କ୍ୟାବିନେଟରେ ବାଜିଲା ମୋହର
ଉପଭୋକ୍ତାଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତି । ସରକାର ଲଗାଇବେ ସ୍ମାର୍ଟ ମିଟର । କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଉପଭୋକ୍ତାଙ୍କ କାନ୍ଧରେ କମ୍ ହେବ ଖର୍ଚ୍ଚ ଭାର । ଏବେ ଦୂର ହେବ ସ୍ମାର୍ଟ ମିଟର ବୋଝ...ସ୍ମାର୍ଟ ମିଟର ଲଗାଇବା ପାଇଁ ଲାଗୁଥିବା ଖର୍ଚ୍ଚରୁ ଏଣିକି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ଆଶ୍ଵସ୍ତି । ଏବେ ସ୍ମାର୍ଟ ମିଟର ଲଗାଇବାକୁ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି । ୨ କିଲୋୱାଟ୍ ଯାଏଁ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ଲଗାଇବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୮୭ ପ୍ରତିଶତ ବିଦ୍ୟୁତ ଉପଭୋକ୍ତା ଲାଭବାନ ହେବେ । ୨୦୨୬-୨୭ଆର୍ଥିକ ବର୍ଷରୁ ଓଇଆରସି ଦ୍ୱାରା ଅନୁମୋଦିତ ଟାରିଫ ଜରିଆରେ ସ୍ମାର୍ଟ ମିଟର ସ୍ଥାପନ କାମ ଆଗକୁ ବଢ଼ାଯିବ ।

ସ୍ମାର୍ଟ ମିଟର ଏକ ଚିପ୍ ବେସଡ୍ ମିଟର । ଯାହାଦ୍ୱାରା ଉପଭୋକ୍ତାଙ୍କୁ ସବୁ ଅପଡେଟ୍ ମୋବାଇଲ ମେସେଜରେ ମିଳିବ । ସଠିକ ରିଡିଂ ଆସିବ, ପ୍ରିପେଡ୍ ମିଟର ଥିବାରୁ ପୈଠ କରିଥିବା ବିଲ୍ ସରିବା ପୂର୍ବରୁ ମେସେଜ୍ ଆସିବ, ବିଲ୍ ପୈଠ ନ କଲେ ବିଦ୍ୟୁତ୍ ବିତରଣ କମ୍ପାନୀ ଅଫିସରୁ କନେକ୍ସନ କାଟି ଦେଇପାରିବ । ସ୍ମାର୍ଟ ମିଟର ଲଗାଇଲେ ମିଟର ରିଡିଂ ଅଧିକ ଆସୁଥିବା ଉପଭୋକ୍ତାଙ୍କର ଧାରଣା ରହିଛି। ଏ ନେଇ ଉପଭୋକ୍ତା ସଂଘ କହିଛି ନୂଆ ମିଟର ଲଗାଇବା ପୂର୍ବରୁ ସରକାର ଗ୍ରାହକଙ୍କୁ ସଚେତନ କରନ୍ତୁ ।

ଏଥିସହ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନଙ୍କୁ ଚାକିରିରେ ମିଳିବ ଢେର୍‌ ସଫଳତା

୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ପାଇଁ ୧୧,୫୩,୧୦୦ ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରୁ ୮,୭୫,୦୦୦ଟି ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨,୭୮,୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ।

ସୂଚନାନୁଯାୟୀ ୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ବାଜିଛି ମୋହର। ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଏମ୍‌ଏମ୍‌ଏସ୍‌ବିୱାଇ -ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ସଂଯୋଗ ପାଇଁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smart Meter | Big Relief for Electricity Consumers as Smart Meters to Be Installed | Argus News