Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ

Smruti Parija
Browse all articles by Smruti Parija
·2 years ago
ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସୃତି ଇରାନି । ଜଗତସିଂହପୁର, କୁଜଙ୍ଗ, ଯାଜପୁର, ବିଞ୍ଝାରପୁର ଓ ବାଲେଶ୍ବର, ନୀଳଗିରିରେ କରିବେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ବିଜେଡି ସରକାର ଉପରେ କରିପାରନ୍ତି ଶାଣିତ ଆକ୍ରମଣ । ଖାସ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ତେବେ ଏହା ପୂର୍ବରୁ ବିଜେପିର ତମାମ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଆସି ପ୍ରଚାର କରୁଛନ୍ତି । 

ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ନରେନ୍ଦ୍ର ମୋଦୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ଓଡିଶା ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଆଉ ଏହି କ୍ରମରେ ଆଜି ଓଡିଶାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smriti Irani is coming to Odisha-today | Argus News