ବ୍ୟାଙ୍କକ୍ରୁ ଆସିଥିଲା ସାପ-କୁମ୍ଭୀର-ଗୋଧୀ-ଏଣ୍ଡୁଅ !

ବିମାନବନ୍ଦରରୁ ଧରା ହେଲା ସାପ-କୁମ୍ଭୀର-ଗୋଧୀ-ଏଣ୍ଡୁଅ । ଅଜ୍ଞା ହଁ... ଟିକେ ଅଡ଼ୁଆ ଲାଗୁଥିଲେ ବି ଖବରଟି ସତ । ଭୁବନେଶ୍ବର ବିମାନବନ୍ଦରରୁ ଜବତ ହୋଇଛି ଏଭଳି ଅନେକ ସରୀସୃପ । ଏକ ବିସ୍କୁଟ ଡବାରେ ହେଉଥିଲା ଚାଲଣ । ଗୋଟିଏ କି ଯୋଡ଼ିଏ ନୁହେଁ.. ମେଞ୍ଚା ମେଞ୍ଚା ସାପ-କୁମ୍ଭୀର ହେଉଥିଲେ ଚାଲାଣ ।
ଏଗୁଡ଼ିକ ବ୍ୟାଙ୍କକ୍ରୁ ବିମାନ ଯୋଗେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆସିଥିଲା । ତାପରେ ଭୁବନେଶ୍ୱରରୁ ଯାଇଥାନ୍ତା ଚେନ୍ନାଇ । ହେଲେ ଦୁର୍ଭାଗ୍ୟ.. ଭୁବନେଶ୍ୱର ବିମାନବନ୍ଦରରେ ଧରିଦେଲେ କଷ୍ଟମ ବିଭାଗ ଅଧିକାରୀ । ଯେଉଁଥିରେ ଥିଲେ ୯ଟି ସାପ, ୧୦ଟି ଏଣ୍ଡୁଅ, ୧୨ଟି କଇଁଛ ଏମିତି କେତେ କ'ଣ ।
📱 Get Argus News App
✨ଏଗୁଡ଼ିକ ବିକ୍ରି ପାଇଁ ଲଗେଜ ଭତରେ ଏକ ବିସ୍କୁଟ ଡବାରେ ଭର୍ତ୍ତି କରି ଆଣିଥିଲେ ଯୁବକ । ହେଲେ ଧରାପଡ଼ିଗଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ଏହାକୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବିକ୍ରି ପାଇଁ ଆସିଥିବା ମଧ୍ୟ ସୂଚନା ରହିଛି । ତାମିଲନାଡୁର ଯୁବକ ଶଙ୍କର ମୁର୍ଗନ ଏହି ସରୀସୃପ ଗୁଡ଼ିକୁ ଭୁବନେଶ୍ବର ଆଣିଥିଲେ,ତାପରେ ଚେନ୍ନାଇ ଯାଇଥାନ୍ତେ ।