|
logo
Live
Argus News App
GET APP

Argus News - ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ

Odisha

Nuapada By Election / ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
 ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ

Key Points

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ ।

ଅତାବିରାରୁ ୨ ଥର ବିଧାୟିକା ହୋଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀଙ୍କ ନାଁ ଘୋଷଣା କରାଯାଇଛି । ଏବେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି ସ୍ନେହାଙ୍ଗିନୀ । ଅତାବିରାରୁ ସେ ୨ ଥର ବିଧାୟିକା ହୋଇଛନ୍ତି । ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ମଧ୍ୟ ଥିଲେ । ହେଲେ ୨୦୨୪ରେ ସେ ପରାଜିତ ହୋଇଥିଲେ । ସେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କଠାରୁ ୨୮୯୧୦ ଭୋଟରେ ପରାଜିତ ହୋଇଥିଲେ ।


ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କଲାପରେ ଏବେ ରାଜନୈତିକ ମହଲରେ, ବିଜେଡି ଆହୁରି ଅଧିକ ସମାଲୋଚନାର ଶିକାର ହୋଇଛି । ନୂଆପଡ଼ାବାସୀ କହିଛନ୍ତି ବିଜେଡି ଜିଲ୍ଲା ଭିତରୁ ପ୍ରାର୍ଥୀ ପାଇଲାନି ବୋଲି ଏବେ ବାହାର ଜିଲ୍ଲାରୁ ପ୍ରାର୍ଥୀ କରିବାକୁ ବାଧ୍ୟ ହୋଇଛି । କାରଣ ଜିଲ୍ଲା ବିଜେଡି ବି ଢ଼େର ଅନ୍ତକନ୍ଦଳ ରହିଛି । ତେବେ ପ୍ରାର୍ଥୀ ହେବା ପରେ ସ୍ନେହାଙ୍ଗିନୀ ଏହି ନିର୍ବାଚନରେ ନିଶ୍ଚୟ ବିଜୟ ହେବ ବୋଲି ଜୋରଦେଇ କହିଛନ୍ତି । ହେଲେ ବିଜେଡି ମହଲରେ ପ୍ରଶ୍ନ ଯେ, ସ୍ନେହାଙ୍ଗିନୀ ତ ରେସ୍‌ରେ ବି ନଥିଲେ ଆସିଲେ କୁଆଡ଼ୁ ? ଏ ନିଷ୍ପତ୍ତି କିଏ ନେଲା ? କାରଣ ପୂର୍ବରୁ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନାଁ ରେସ୍‌ର ସବୁଠୁ ଆଗରେ ଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଏହା ପୂର୍ବରୁ ଆଜି ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଜୟ ଢ଼ୋଲକିଆଙ୍କୁ ବିଜେପି ନୂଆପଡ଼ାରୁ ପ୍ରାର୍ଥୀ କରିଛି । ତେବେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଘାସୀରାମ ମାଝି ।


ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ବୁଧବାର କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଗୁରୁବାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି।

Related Topics

Explore more stories

Sponsored
Nuapada By Election: ଅତାବୀରାରେ ହାରିଥିଲେ ଏବେ ନୂଆପଡ଼ାରୁ ଲଢ଼ିବେ ସ୍ନେହାଙ୍ଗିନୀ | Argus News