Crime Against Women / ଏତେ ନୃଶଂସ ! ମହିଳାଙ୍କୁ ଦୁଷ୍କର୍ମ କଲେ, ଜିଅନ୍ତା ଜାଳି ଜଙ୍ଗଲକୁ ଫିଙ୍ଗିଦେଲେ...

Key Points
ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ, ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଦୁଷ୍କର୍ମ ପରେ ମହିଳାଙ୍କୁ ଜାଳି ହତ୍ୟା ସନ୍ଦେହ । ଜଙ୍ଗଲ ଭିତରୁ ମିଳିଲା ମହିଳାଙ୍କ ଦରପଚା ମୃତଦେହ । ଦେଓଗାଁ ଥାନା ଗୋଏଲପୀତା ଗାଁ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଜିଅନ୍ତା ଜାଳି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୁହଁକୁ ଜାଳି ଦେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ମୃତଦେହର ପାରିପାର୍ଶ୍ଵକ ସ୍ଥିତିକୁ ଦେଖିଲେ ମହିଳା ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହରଠାରୁ ଅଳ୍ପ ଦୂରରେ ମହିଳାଙ୍କ ଭଙ୍ଗା ଚୁଡି, ଶାଡ଼ି, ଶାଲ ପଡ଼ିଥିବା ଦେଖିବାକୁ ମିଳିଛି ।
ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ । ମଙ୍ଗଳବାର ବନ୍ଧପଡ଼ା ପୋଲିସ ଫାଣ୍ଡି ଅଧୀନ ଗୋଏଲପିଟା-ଡୁମେରପିଟା ରାସ୍ତାରୁ ଅଧ କିଲୋମିଟର ଦୂର ବାମ ପାର୍ଶ୍ୱରେ ଥିବା କୁମୁସିନ ଜଙ୍ଗଲରେ ମହିଳାଙ୍କ ଶବ ପଡ଼ିଥିବା ଦୁଇଜଣ ଛେଳିଚରାଳି ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ତାପରେ ଯେଉଁ ଜମିରେ ଶବ ପଡ଼ିଥିଲା ତାଙ୍କୁ ମଧ୍ୟ ଖବର ଦେଇଥିଲେ ।
ଖବରପାଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କୁ ପଚାରିବାରୁ, ଜଣେ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ମିଳିଲା ପରେ ଦୁଷ୍କର୍ମ ଓ ହତ୍ୟା ହୋଇଛି କି ନାହିଁ ଜଣାପଡ଼ିବ ବୋଲି କହିଛନ୍ତି।
ତେବେ ଦେଓଗାଁ ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ ଉପରମୁହାଁ ହେଉଛି। ବନ୍ଧପଡ଼ା ଫାଣ୍ଡିରୁ ୫ କିଲୋମିଟର ଦୂର ଅନ୍ତର୍ଲା ଗାଁରେ ଗତ ୭ ତାରିଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଆଜି ପୁଣି ଫାଣ୍ଡିରୁ ୭ କିଲୋମିଟର ଦୂରରେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।
ସେପଟେ ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍ସୋ ବିଚାରପତି ୫ ଜଣ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍ସୋ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ଡକାୟତି ଓ ନାବାଳିକା (୧୪) ଦୁଷ୍କର୍ମ ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ୧୮ ଜଣଙ୍କ ସାକ୍ଷ୍ୟ, ଡାକ୍ତରୀ ରିପୋର୍ଟ, ପୀଡ଼ିତାଙ୍କ ବୟାନ ଓ ଟିଆଇ ପରେଡ଼୍ ଆଧାରରେ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଏହାସହ ୨୬ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡ ଦେଇଥିବା ବେଳେ ଅନାଦେୟ ସ୍ଥଳେ ଅତିରିକ୍ତ ୫ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି । ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ, ଅଶୋକ ମୁଖି, ସୁଶାନ୍ତ ନାୟକ, କୃପାକର ମୁଖି, ଜେରହ ନାୟକ ଓ ଯୋଶେଫ୍ ରୁପାମାଝି । ଫୁଲବାଣୀ ଫାଷ୍ଟଟ୍ରାକ୍ ପକ୍ସୋ କୋର୍ଟର ସ୍ବତନ୍ତ୍ର ପିପି ବନମାଳୀ ବେହେରା ମକଦ୍ଦମା ପରିଚାଳନା କରିଥିଲେ।
📱 Get Argus News App
✨Related Topics
Explore more stories