Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶା ଓପେନ; ଭାଗ ନେବେ 700 ପ୍ରତିଯୋଗୀ 

Odisha

ଓଡିଶା ଓପେନ; ଭାଗ ନେବେ 700 ପ୍ରତିଯୋଗୀ 

Smruti Parija
Browse all articles by Smruti Parija
·1 year ago·1 min read
ଓଡିଶା ଓପେନ; ଭାଗ ନେବେ 700 ପ୍ରତିଯୋଗୀ 

ଅର୍ଗସ ବ୍ୟୁରୋ: ସୋଆ ୟୁନିଭେର୍ସିଟି ଆୟୋଜନ କରୁଛି ଓଡିଶା ଓପେନ ସହ 15 ତମ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ ଚେସ୍ ଫେଷ୍ଟିଭାଲ । ଏହି ଚାମ୍ପିୟନସିପରେ 700 ପ୍ରତିଯୋଗୀ ଭାଗ ନେଉ ଥିବାବେଳେ ସେଥିରୁ 70 ଜଣାଶୁଣା ଖେଳାଳୀ ରହିଛନ୍ତି । ଏହି ଚାମ୍ପିୟନସିପରେ 3 ଟି କ୍ୟାଟେଗୋରୀ ଟୁର୍ଣ୍ଣାମେଣ୍ଟ ଖେଳାଯିବ । କାଟେଗୋରୀ  A ରେ 1900 ରେଟିଂର ଖେଳାଳି ଭାଗ ନେଉଥିବାବେଳେ କ୍ୟାଟେଗୋରୀ Bରେ 1900 ରେଟିଂ ରୁ କାମ ଥିବା ଖେଳାଳି ଭାଗ ନେଉଛନ୍ତି । ସେହିପରି କ୍ୟାଟେଗୋରୀ C ରେ 1600 ରେଟିଂ ରଖିଥିବା ଖେଳାଳିମାନେ ଭାଗ ନେବେ।

ଓଡିଶା ଟେସ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ଚାମ୍ପିୟନସିପରେ 40 ଲକ୍ଷ ଟଙ୍କା ରଖାଯାଇଛି । ଗ୍ରୁପ୍ A ରେ 25 ଲକ୍ଷ ଟଙ୍କା ପ୍ରାଇଜ୍ ମନି ରହିଥିବାବେଳେ ଚାମ୍ପିୟନଙ୍କୁ 5 ଲକ୍ଷ 50 ହଜାର ଟଙ୍କା ରହିଛି । ପ୍ରତ୍ୟେକ ଦିନ 2 ରାଉଣ୍ଡ ସହ 10 ରାଉଣ୍ଡ ଖେଳା ଯିବ । ସେହିପରି କ୍ୟାଟେଗୋରୀ B  ଓ C ରେ 7 ଲକ୍ଷ 50 ହଜାର ରହିଛି । ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି ଅନ୍ତର୍ଜାତୀୟ ଚାମ୍ପିୟନସିପରେ 20 ଟି ଦେଶର ଖେଳାଳି ଭାଗ ନେଉଛନ୍ତି । 

ଏହି ମେଗା ଚେସ୍ ଫେଷ୍ଟିଭାଲକୁ ଆୟୋଜନ କରିବାରେ ସୋଆ ପ୍ରଥମ । ଓଡିଶା ଚେସ ଆସୋସିଏସନ ସୋଆର ମିଳିତ ସହଯୋଗରେ ସୋଆର ଡିନ୍ ପି.କେ ପାତ୍ର, ଟୁର୍ଣ୍ଣାମେଣ୍ଟ ଚେୟାରମ୍ୟାନ୍ ଅଭିନାଶ ସାମଲ  ଓ  ଓଡିଶା ଚେସ୍ ଆସୋସିଏସନର  କର୍ମକର୍ତ୍ତା ଏହି ପ୍ରେସମିଟ୍ ରେ  ଉପସ୍ଥିତ ରହିଥିଲେ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15th-international-grandmaster-chess-festival-2024-25 | Argus News