Videos
|
Odisha

୨୦୨୬ ମସିହାରୁ ସମ୍ପୂର୍ଣ୍ଣ ବନ୍ଦ ରହିବ ସାମାଜିକ ନାଟକ ପରିବେଷଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୦୨୬ ମସିହାରୁ ସମ୍ପୂର୍ଣ୍ଣ ବନ୍ଦ ରହିବ ସାମାଜିକ ନାଟକ ପରିବେଷଣ

ଚୈତ୍ର ମାସ ଆସିଲେ ଗଞ୍ଜାମ ଜିଲ୍ଲାରେ ଜମେ ଦଣ୍ଡନାଚ । ୨୧ ଦିନ ଧରି ପାଳନ ହେଉଥିବା ଏହି ଯାତ୍ରାରେ ମାଙ୍କୁ ଧରି ମାନସିକଧାରୀ ଦଣ୍ଡୁଆମାନେ ଗାଁ ଗାଁ ବୁଲିଥାନ୍ତି । ଦିନବେଳା ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ କରିଥାନ୍ତି ଦଣ୍ଡୁଅ। । ଆଉ ରାତିର ଅନ୍ଧକାରରେ ପରିବେଷଣ ହୋଇଥାଏ ବିଭିନ୍ନ ନାଟକ । ପୂର୍ବରୁ ପୌରାଣିକ ନାଟକ ପରିବେଷଣ ହେଉଥିବାବେଳେ ଏବେ କିଛି ବର୍ଷ ହେବ ସାମାଜିକ ନାଟକକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଯେଉଁଥିରେ ଯୁବତୀ ମାନେ ଅର୍ଦ୍ଧ କପଡା ପରିଧାନ କରି ଅଶ୍ଲୀଳ ନୃତ୍ୟ ପରିବେଷଣ କରିଥାନ୍ତି ।


ଏହାକୁ ବର୍ଷ ବର୍ଷ ଧରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବିରୋଧ କରି ଆସୁଥିଲେ ମଧ୍ୟ ପୋଲିସ୍ ପ୍ରଶାସନ ରୋକିବାରେ ସଫଳ ହୋଇପାରିନି । କିନ୍ତୁ ଚଳିତ ଥର ମାର୍ଚ୍ଚ ୨୧ ତାରିଖରେ ଦଣ୍ଡଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଆଗକୁ ଅଶ୍ଲୀଳ ନୃତ୍ୟ ପରିବେଷଣ ହେବନାହିଁ ବୋଲି ନିଷ୍ପତ୍ତି ନେଇଛି ଦଣ୍ଡନାଚ ମହାସଂଘ । ଏଣିକି ସାମାଜିକ ନାଟକକୁ ପୁରା ବନ୍ଦ କରି କେବଳ ପୌରାଣିକ ନାଟକ ପରିବେଷଣ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କଳାକାର ସଂଘର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ପୁଣି ଦଣ୍ଡନାଚ ମହାଭାରତ, ରାମାୟଣ ଭଳି ପୌରାଣିକ ନାଟକ ଫେରିବାକୁ ଯାଉଛି। ଏହାଦ୍ବାରା ପୌରାଣିକ ନାଟକ ପରିବେଷଣ କରୁଥିବା କଳାକାରମାନେ ନିଜ ପ୍ରାପ୍ୟ ପାଇବା ସହ ଅଶ୍ଲିଳତାକୁ ରୋକାଯାଇ ପାରିବ ।ପୁଣି ବର୍ଷ ବର୍ଷର ଗର୍ବ ଗୌରବ ବହନ କରିଥିବା ଦଣ୍ଡନାଚ ହସି ଉଠିବ । କଳାକାର ସଂଘର ନିଷ୍ପତ୍ତି ଅଶ୍ଲୀଳ ନୃତ୍ୟକୁ ବନ୍ଦ କରିବାରେ ଯଥେଷ୍ଟ ସଫଳ ହୋଇପାରିବ ବୋଲି ଅ।ଶା ରଖାଯାଇଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

social-drama-performances-will-be-completely-banned-from-2026 | Argus News