Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ୟାମେରାରେ କଏଦ୍ ହେଲା କିଛି ଏମିତି ଭିଡିଓ, ଥରେ ଦେଖନ୍ତୁ ଚୋର କିଏ...

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
କ୍ୟାମେରାରେ କଏଦ୍ ହେଲା କିଛି ଏମିତି ଭିଡିଓ, ଥରେ ଦେଖନ୍ତୁ ଚୋର କିଏ...

Key Points

ସୋସିଆଲ ମିଡିଆର ଏହି ମଜାଦାର ଭିଡିଓ ଆପଣଙ୍କୁ ଦେଖିବାକୁ ମଜା ଲାଗୁଛି ସିନା , ହେଲେ ଏ ଭିଡିଓ ଆମକୁ ଅନେକ ଶିକ୍ଷା ଦେଉଛି । ଯଦି ଭଲ କରି ଭିଡିଓଟିକୁ ଦେଖିବେ, ତାହେଲେ ଦେଖିବେ, ମୂଷାଟି ସେଠାରେ ପଡିଥିବା ବରାଟିକୁ ଆଣିବା ପାଇଁ କେତେ ସମୟ
ଅପେକ୍ଷା କରୁଛି ।

ଆରେ... ଆରେ... କେମିତି ବରାଟିକୁ ଧରି ଚୁପ୍‌କିନା ଗାତ ଭିତରକୁ ପଳାଉଛି । ଆଉ ....କାଳେ, କିଏ ତା ଖାଇବା ଉପରେ ଯଦି ନଜର ପକାଇଦେବ ...ତାକୁ ଏମିତି କିଏ ବରା ଚୋରି କରୁଥିବା ଦେଖିଦେବ.. ତ କଥା ସରିଲା । ସେଥିପାଇଁ ଗାତ ଭିତରୁ ଡୁଙ୍ଗି ଡୁଙ୍ଗି ଛକିକି ଯାଇ ଧିରିକିନା ବରାଟିକୁ ଧରି ଗାତ ଭିତରକୁ ପଳାଉଛି । ହେଲେ ଏ କଣ , ଗାତ ଭିତରକୁ ପଶୁ ପଶୁ, ହାତରୁ ବରା ଟା ଖସିଗଲା.... ଯା, ହେଲେ ସେ କି ହାର ମାନେ, ପୁଣି ଛକିକି ଗଲା ଆଉ ନେଇକି ଆସିଲା ।

ସୋସିଆଲ ମିଡିଆର ଏହି ମଜାଦାର ଭିଡିଓ ଆପଣଙ୍କୁ ଦେଖିବାକୁ ମଜା ଲାଗୁଛି ସିନା , ହେଲେ ଏ ଭିଡିଓ ଆମକୁ ଅନେକ ଶିକ୍ଷା ଦେଉଛି । ଯଦି ଭଲ କରି ଭିଡିଓଟିକୁ ଦେଖିବେ, ତାହେଲେ ଦେଖିବେ, ମୂଷାଟି ସେଠାରେ ପଡିଥିବା ବରାଟିକୁ ଆଣିବା ପାଇଁ କେତେ ସମୟ
ଅପେକ୍ଷା କରୁଛି । ଆଉ ପୁଣି ଯେତେବେଳେ ବାହାରି ଆଣିବାକୁ ଯାଉଛି, ହାତରେ ଧରିନପାରି ଫେରିଆସୁଛି । ହେଲେ ସେ ଟିକେ ହେଲେ ବି ହାର ମାନୁନି । ଲଗାତାର ବିଫଳ ହେଲା ପରେ ବି ସେ ପୁଣି ଯାଉଛି, ଆଉ ଶେଷରେ ବରା ଆଣି ଗାତକୁ ଫେରୁଛି ।

ଜୀବନରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଆମର ଲଗାତାର ଚେଷ୍ଟା, ଆଉ ଧୈର୍ଯ୍ୟ ଏହି ଦୁଇଟି ଜିନିଷ ଯଦି ଥାଏ, ତେବେ ସଫଳତା ସୁନିଶ୍ଚିତ । ଯଦି କୌଣସି କାର୍ଯ୍ୟରେ ବାରମ୍ବାର ବିଫଳ ହେଉଛେ ବୋଲି ଭାବି କାର୍ଯ୍ୟଟିକୁ ଅଧାରୁ ଛାଡି ଦେବା ବା ହାର୍ ମାନି ପଛଘୁଞ୍ଚା ଦେଇଦେବା, ତେବେ କେବେ ବି ଜୀବନରେ ସଫଳତାର ସ୍ଵାଦ ଚାଖିପାରିବା ନାହିଁ । ସେ କୌଣସି ପରୀକ୍ଷା କଥା କୁହନ୍ତୁ, କି କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । କେବଳ ନିଜର ଲକ୍ଷ୍ୟ ସ୍ଥିର ରଖନ୍ତୁ, ଏବଂ ଦୃଢ ଇଚ୍ଛା ଆଉ ନିଷ୍ଠାର ସହ ଚେଷ୍ଟା କରି ଚାଲନ୍ତୁ, ଏହା ସୁନିଶ୍ଚିତ ଯେ, ସଫଳତା ଦିନେ ନା ଦିନେ ଆପଣଙ୍କ ଚରଣ ସ୍ପର୍ଶ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social media viral video, who is the thief in this video... | Argus News