Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଖି ବୁଜିଲେ ଯବାନଙ୍କ ପତ୍ନୀ

Odisha

ଆଖି ବୁଜିଲେ ଯବାନଙ୍କ ପତ୍ନୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଖି ବୁଜିଲେ ଯବାନଙ୍କ ପତ୍ନୀ

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଯବାନଙ୍କ ପତ୍ନୀ । 15 ଦିନ ଧରି ଅଚେତ୍ ଥିବା ପ୍ରସୂତି ପତ୍ନୀ ଓ ନବଜାତକ ଶିଶୁ କନ୍ୟାକୁ ଛାଡି ବର୍ଡର ଯାଇଥିବା ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଛି । ବୁର୍ଲା ଭୀମସାରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବାବେଳେ, ସ୍ତ୍ରୀ ଲିପି ଗଣ୍ଡ ଗତ ୨୮ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।


ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ । ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସଶସ୍ତ୍ର ସୀମା ବଳରୁ କଲ୍ ଆସିବା ପରେ ସ୍ତ୍ରୀ ଓ ଶିଶୁକୁ ଛାଡି ବର୍ଡର ଅଭିମୁଖେ ଦେବରାଜ ଯାଇଥିଲେ । ସ୍ତ୍ରୀଙ୍କ ମୃତ୍ୟୁ ଖବର ପରେ ବର୍ତ୍ତମାନ ଦେବରାଜ ଆସି ପହଞ୍ଚି ନଥିବା ଜଣାପଡିଛି। ଏଖବର ସାରା ଅଞ୍ଚଳରେ ଦୁଃଖର ଛାଇ ଖେଳିଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
soldiers-wife-dead-while-undergoing-treatment | Argus News