Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସକାଳର କିଛି ହଟ୍‌କେ ୧୦ ବଡ଼ ଖବର

Odisha

ସକାଳର କିଛି ହଟ୍‌କେ ୧୦ ବଡ଼ ଖବର

Ritu Das
Browse all articles by Ritu Das
·1 year ago·2 min read
ସକାଳର କିଛି ହଟ୍‌କେ ୧୦ ବଡ଼ ଖବର

୧- ଓଡିଶା-ଛତିଶଗଡ ପୋଲିସର ମିଳିତ ଅପରେସନରେ 12 ମାଓବାଦୀଙ୍କ ମୃତ୍ୟୁ....ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ....ନୂଆପଡା ଜିଲ୍ଲୀ ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ବଡ଼ ଅପରେସନ ...କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଥିବା ନେଇ ଜାନୁଆରୀ 19ରେ ମିଳିଥିଲା ଗୁଇନ୍ଦା ସୂଚନା
୨- ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ... ଭୁବନେଶ୍ବର ଲୋକସେବା ଭବନରେ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ କର୍ମଶାଳର କରିବେ ଉଦଘାଟନ...ଜୟଦେବ ଭବନରେ ଏମବିଏର ଓଡ଼ିଆ ଓ ହିନ୍ଦି ଭାଷାର ପୁସ୍ତକ କରିବେ ଉନ୍ମୋଚନ
୩- ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା...ଯୁବତୀଙ୍କୁ ନ୍ୟାୟ ଦାବିରେ ବରଗଡ଼ ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବରଗଡ଼ ବନ୍ଦ...ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ...ଦୁଇ ଅଭିଯୁକ୍ତଙ୍କ ସହ ବାଇକରେ ଯାଉଛନ୍ତି ପୀଡି଼ତା..
୪- ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତି ମୃତ ..... କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଗେରୁପେଟ ଜଙ୍ଗଲ ନିକଟରେ ଏହି ବଡ଼ ଅଘଟଣ ଘଟିଯାଇଛି....ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା ଏହା ସଂସ୍ପର୍ଶରେ ଆସି ଉଭୟଙ୍କ ଜୀବନ ଚାଲିଯାଇଛି।
୫- ନବ ହତ୍ୟା ମାମଲାରେ ସାଂଘାତିକ ଖୁଲାସା...ଝାରସୁଗୁଡ଼ାରେ ନବଙ୍କ ମୃତ୍ୟୁ ହୋଇଥିବା ନେଇ ବଢ଼ିଲା ସନ୍ଦେହ...ପ୍ରତ୍ୟକ୍ଷଦର୍ଶୀ ନବଙ୍କ ସହଯୋଗୀ ଖୋଲିଲେ ECG ପୋଲ୍...କହିଲେ ଝାରସୁଗୁଡ଼ା ହସପିଟାଲରେ ହୋଇଥିଲା ନବଙ୍କ ECG...ଭାଇରାଲ୍ ECG କହୁଛି ଝାରସୁଗୁଡାରେ ବନ୍ଦ ହୋଇଥିଲା ନବଙ୍କ ହାର୍ଟବିଟ୍...କାହିଁକି ଝାରସୁଗୁଡ଼ା ହସ୍ପିଟାଲରେ ନାହିଁ ନବଙ୍କ BP, ପଲସ, ଅକ୍ସିଜେନ୍ ତଥ୍ୟ...ଆପୋଲୋ ହସ୍ପିଟାଲ୍ ଅଣାଯାଇ ରଚାଯାଇଥିଲା କି ନାଟକ
୬- ସାଧାରଣତନ୍ତ୍ର ଦିବସ ପାଇଁ ପରେଡ୍ ରିହରସଲ୍‌....ଭୋରୁ ଭୋରୁ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ବିଭିନ୍ନ ଟ୍ରୁପ୍‌ର ପ୍ରାକ୍ଟିସ....ଆସନ୍ତା ୨୬ରେ ଦେଶ ପାଳିବ 76ତମ ସାଧାରଣତନ୍ତ୍ର ଦିବସ....
୭- ଆମେରିକାରେ ପୁଣି ଟ୍ରମ୍ପ୍ ଯୁଗ...47 ତମ ରାଷ୍ଟ୍ରପତି ଭାବେ ଶପଥ ନେବା ସହ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କଲେ ଡୋନାଲ୍ଡ ଟ୍ରମ୍ପ୍...କହିଲେ, ଆରମ୍ଭ ହେଲା ଆମେରିକାର ସୁବର୍ଣ୍ଣ ଯୁଗ...ସାକାର ହେବ ମାର୍ଟିନ୍ ଲୁଥର କିଙ୍ଗଙ୍କ ସ୍ବପ୍ନ...ଆମେରିକା ହେବ ଆହୁରି ଶକ୍ତିଶାଳୀ...ଦକ୍ଷିଣ ସୀମାରେ ଲଗାଇଲେ ଏମରଜେନ୍ସି...ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
୮- ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା... ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମକୁ ଜେରା ଜାରି… ଅଭିଯୁକ୍ତକୁ ନେଇ ମୁମ୍ବାଇ ପୋଲିସ ସୈଫଙ୍କ ଘରେ କଲା ସିନ ରିକ୍ରିଏସନ... ଏକ ଘଣ୍ଟା ଧରି ଚାଲିଲା ସିନ ରିକ୍ରିଏସନ..
୯- ବଙ୍ଗୋପସାଗରରେ ଗୁରୁଚାପ ବଳୟ: ବୁଧବାରଠୁ ଶୀତ କମିବା ସହ ଦୁଇ ଦିନ ଘନ କୁହୁଡ଼ି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ
୧୦- କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀରେ ୯ରେ ଦିନିକିଆ day-night ମ୍ୟାଚ୍ ଖେଳାଯିବ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଚାଲିଛି ..... କିନ୍ତୁ ଏଥର ବଦଳିପାରେ ବାରବାଟୀ ଦିନିକିଆ ପାଇଁ ଗ୍ୟାଲେରୀ ଟିକଟ୍ କାଉଣ୍ଟର ସ୍ଥାନ, ଷ୍ଟାଡିୟମ ବୁଲି ସମୀକ୍ଷା କଲେ କଟକ ଡିସିପି ଜଗମୋହନ ମୀନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Some of the 10 biggest news stories of the morning | Argus News