Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଲୋକାରଣ୍ୟ

Smruti Parija
Browse all articles by Smruti Parija
·2 years ago·1 min read
ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଲୋକାରଣ୍ୟ

ଭୁବନେଶ୍ୱର: ରବିବାର ରାତିରେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ଗହଳି ଦେଖିବାକୁ ମିଳିଥିଲା । 
 

ବିମାନବନ୍ଦରରୁ ରାଜଭବନ ଯାଏଁ ରାସ୍ତାର ଉଭୟପାର୍ଶ୍ବ ଜନ ସମୁଦ୍ର ପାଲଟିଥିଲା । ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା। ମୋଦି ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ କିଛି ଫଟୋକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ "x" ରେ ପୋଷ୍ଟ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ଓଡିଶା ରାଜ୍ୟ ତଥା କେନ୍ଦ୍ରରେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛି । ଲୋକମାନେ ଏକ ସରକାର ଚାହୁଁଛନ୍ତି ଯିଏ ଓଡିଶାର ବିକାଶ କରିପାରିବ ଏବଂ ସ୍ଥାନୀୟ ସଂସ୍କୃତିର ସୁରକ୍ଷା ମଧ୍ୟ କରିପାରିବ । 

 

Sponsored
some-pictures-of-warm-welcome-during-pm-modi-arrival | Argus News