Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖରା, ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ରାଜ୍ୟରେ ଦୁଇଦିନ ବର୍ଷା ସମ୍ଭାବନା

Odisha

ଖରା, ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ରାଜ୍ୟରେ ଦୁଇଦିନ ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·1 year ago·1 min read
ଖରା, ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ରାଜ୍ୟରେ ଦୁଇଦିନ ବର୍ଷା ସମ୍ଭାବନା

ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୦ରେ ଉତ୍ତର ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ ସମେତ କେନ୍ଦୁଝର ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ତିନି ଦିନ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ଆକଳନ କରାଯାଇଛି ।


ସେହିଭଳି ୨ ଦିନ ପରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ରହିଛି । ଶୁକ୍ରବାର ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୩୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ଖୋର୍ଦ୍ଧାରେ ୩୪.୫ ଡିଗ୍ରୀ,ଝାରସୁଗୁଡ଼ାରେ ୩୪.୨, ବୌଦ୍ଧରେ ୩୩.୫, ଭବାନୀପାଟଣା ଓ ନୟାଗଡ଼ରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା । ରାଉରକେଲାରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୯.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୧୦.୨, ଫୁଲବାଣୀରେ ୧୨.୫, ସୁନ୍ଦରଗଡ଼ରେ ୧୨.୬, କେନ୍ଦୁଝରରେ ୧୩.୮ ଡିଗ୍ରୀ ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Some relief from the heat and humidity: Rain likely in the state for two days | Argus News