Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେବୁଲ ବେପାରକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼

Manini Pattanayak
Browse all articles by Manini Pattanayak
·2 years ago
କେବୁଲ ବେପାରକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼

 ବାଲେଶ୍ୱର:  କେବୁଲ ବେପାରକୁ କେନ୍ଦ୍ର କରି  ଯୁବକକୁ ଭୁଜାଲି ମାଡ଼। ନିକଟରେ ବିଳମ୍ବିତ ରାତିରେ ଘଟିଛି ଘଟଣା । ଗୁରୁତର ଯୁବକ ହେଲେ ବାହାର୍ଦ୍ଦା ଗ୍ରାମର ଚନ୍ଦନ ସେଠି । ପଶ୍ଚିମବଙ୍ଗ ରୁ କିଛି ଯୁବକ ଚନ୍ଦନ କୁ ଘରୁ ଡାକିନେଇ ନିଛାଟିଆ ଜାଗାକୁ ନେଇ ଭୁଜାଲି ରେ ହାଣି ଫେରାର ହେଇଯାଇଥିଲେ ।

ଗୁରୁତର ଅବସ୍ଥାରେ  ସ୍ଥାନିୟ ଲୋକ ଉଦ୍ଧାର କରି ପ୍ରଥମେ କମର୍ଦ୍ଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରେ ବାଲେଶ୍ଵର ମୁଖ୍ୟ ଡାକ୍ତର ଖାନାକୁ  ସ୍ଥାନାନ୍ତରିତ କରାଯାଇଛି l ଯୁବକର ଚେତାଶୂନ୍ୟ ଥିବାରୁ ଭୁଜାଲି ମାଡ଼ କରିଥିବା ଯୁବକ ମାନଙ୍କ ପରିଚୟ ମିଳିନାହିଁ l ଚନ୍ଦନ ସୁସ୍ଥ ହେଲା ପରେ ସମସ୍ତ ସତ୍ୟ ଘଟଣା ବାହାରକୁ ଆସିବ ବୋଲି ଚନ୍ଦନର ପରିବାର ଲୋକେ ସୂଚନା ଦେଇଛନ୍ତି l
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Some youths attack to a people | Argus News