Videos
|
Odisha

ଟଙ୍କା ନଦେବାରୁ ବାପାକୁ ପୁଅର ବାଟୁଳି ମାଡ଼,ବାପ ଗୁରୁତର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଟଙ୍କା ନଦେବାରୁ ବାପାକୁ ପୁଅର ବାଟୁଳି ମାଡ଼,ବାପ ଗୁରୁତର

ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ବାଗଡ଼ିଆ ଗ୍ରାମରେ ଟଙ୍କା ନଦେବାରୁ ପୁଅର ବାଟୁଳି ମାଡ଼ରେ ବାପା ଗୁରୁତର ଆହତ l ଗୁରୁତର ଆହତଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି  l ଗୁରୁତର ଜଣଙ୍କ ହେଲେ ବାଗଡ଼ିଆ ଗାଁର ଭାସ୍କର ପ୍ରଧାନ l ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ଭାସ୍କର ପ୍ରଧାନ ଘର ସମ୍ମୁଖରେ ବସିଥିବା ବେଳେ ତାଙ୍କ ପୁଅ ଅଜିତ ପ୍ରଧାନ ସେଠାରେ ପହଞ୍ଚି ଭାସ୍କରଙ୍କୁ ଟଙ୍କା ମାଗିଥିଲେ l କିନ୍ତୁ ବାପା ଭାସ୍କର ଟଙ୍କା ଦେବା ପାଇଁ ମନା କରିଦେଇଥିଲେ l ଅଜିତ ଉତକ୍ଷିପ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଏକ ବାଟୁଳିରେ ବାପାଙ୍କୁ ଆକ୍ରମଣ କରିଥିଲେ l


ପୁଅର ବାଟୁଳି ଭାଷ୍କରଙ୍କ ମୁହଁରେ ବାଜି ଗୁରୁତର ଆହତ ହୋଇଥିଲେ l ଏହାଦେଖି ପରିବାର ଲୋକେ ତୁରନ୍ତ ଭାସ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକତ୍ସା କରିଛନ୍ତି l ତେବେ ଏନେଇ ପରିବାର ପକ୍ଷରୁ ବାଗଡିଆ ଥାନାରେ ଅଭିଯୋଗ କରିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Son beats his father for not giving him money, father in serious condition | Argus News