Videos
|
Odisha

ପ୍ରଶାନ୍ତଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲା ପୁଅ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରଶାନ୍ତଙ୍କୁ ଲୁହ ଭରା ଆଖିରେ ଶେଷ ବିଦାୟ ଦେଲା ପୁଅ

୯ ବର୍ଷର ପୁଅ ହାତରେ ଖଇ କଉଡି। ବାପାକୁ ଦେଉଛି ଶଷ ବିଦାୟ। ସମସ୍ତେ ଟାଣି ନେଉଛନ୍ତି, କିଏ କହୁଛି ଏମିତି କର.. ଆଉ କିଏ କହୁଛି ସେମିତି କର। ହେଲେ କୁନି ପିଲାଟି ଚାହୁଁଛି କାହିଁକି ତା ବାପାଙ୍କୁ ଏମିତି ଲୋକେ ଟେକିନଉଛନ୍ତି। ପିଲାଟି କିଛି ଶିଖିବା ଆଗରୁ ତା ବାପା ପରକରି ଚାଲିଗଲେ। କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି।

ବିଧି ବିଧାନ ଅନୁସାରେ ବାପାର ଅନ୍ତିମ କ୍ରିୟା କରୁଛି ପୁଅ। ବାପା ପ୍ରଶାନ୍ତଙ୍କ ଶବ ଆଗେ ଆଗେ ଖଈ କୋଉଡ଼ି ବିଞ୍ଚି ବିଞ୍ଚି ବାପାକୁ ମଶାଣିକୁ ନେଇ ଯାଉଛି। ସେ ବୁଝି ପାରୁନି, କି ତା ବାପାଙ୍କ ହାତ ସବୁଦିନ ପାଇଁ ତା ମୁଣ୍ଡ ଉପରୁ ଉଠିଯାଇଛି। ନା କିଛି କହିୁ ପାରୁଛି ନା କିଛି ବୁଝି ପାରୁଛି। ଖାଲି ବଲ ବଲ କରି ସମସ୍ତଙ୍କ ମୁହଁଙ୍କୁ ଚାହିଁ ରହୁଛି।

ଆଉ ଶେଷଯାତ୍ରାରେ ପ୍ରଶାନ୍ତ ଶତପଥୀଙ୍କ ମରଶରୀର। ଜନ୍ମମାଟି ବାଲେଶ୍ୱର ଇସାଣୀରେ ଶେଷଯାତ୍ରାରେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ଶେଷଯାତ୍ରାରେ ଜନସମୁଦ୍ର। ଶେଷଯାତ୍ରାରେ ସାମିଲ ହୋଇଛନ୍ତି ମୁଖ୍ୟନନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ’ଣ କହୁଛି କ’ଣ କରୁଛି କିଛି ଜାଣିପାରୁନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
son-bids-farewell-to-prashant-with-tearful-eyes | Argus News