Videos
|
Odisha

ବାପା ମୃତଦେହ ନେଇ ଫେରିବା ବେଳେ ଚାଲିଗଲା ପୁଅ

Swoyang prajna Mishra
Browse all articles by Swoyang prajna Mishra
·10 months ago·1 min read
ବାପା ମୃତଦେହ ନେଇ ଫେରିବା ବେଳେ ଚାଲିଗଲା ପୁଅ

Key Points

ବାପା ମୃତଦେହ ନେଇ ଫେରିବା ବେଳେ ପୁଅର ମୃତ୍ୟୁ
ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଳକ ମିଟୁଆଣି ଗାଁରେ ଦୁଃଖଦ ଘଟଣା
କଟକ ବଡ ମେଡିକାଲରେ ବାପାଙ୍କ ମୃତ୍ୟୁ ହୋଇଥିଲା

ବାପା ଶବ ନେଇ ଫେରୁଥିଲା ପୁଅ ହେଲେ ଚାଲିଗଲା ଜୀବନ । ବାପା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ପୁଅ। ହେଲେ ବାପାଙ୍କୁ ଧରି ଫେରୁ ଫେରୁ ଚାଲିଗଲା ନିଜର ଜୀବନ ।


ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଳକ ମିଟୁଆଣି ଗାଁରେ । ସେହି ଗାଁର ଗୋପବନ୍ଧୁ ନାୟକ ଅତ୍ୟାଧିକ ରକ୍ତଚାପ ଯୋଗୁ ଅସୁସ୍ଥ ଥିଲେ । ଅଧିକ ଅସୁସ୍ଥ ଅନଭବ କରିବାରୁ ତାଙ୍କ ପୁଅ ଶୁଭପ୍ରକାଶ କିଛିଦିନ ପୂର୍ବରୁ ତାଙ୍କୁ କଟକ ନେଇ ଚିକିତ୍ସା କରୁଥିଲେ । ହେଲେ ଚିକିତ୍ସିତ ହେବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁରେ ତାଙ୍କ ପୁଅ ଏବଂ ପୁରା ପରିବାର ଭାଙ୍ଗିପଡିଥିଲେ । ଆଉ ବାପାଙ୍କ ମୃତଶରୀରକୁ ଧରି ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡ ଆଣଥିଲେ । ହେଲେ ରାସ୍ତାରେ ପୁଅ ପାଇଁ ଛକି ବସିଥିଲା ଯମ । ପାଣିକୋଇଲି - ଯାଜପୁର ରୋଡ଼ ମାଧପୁର ନିକଟରେ ଦୋକାନକୁ ପାଣି ଆଣିବାକୁ ରାସ୍ତା ଅତିକ୍ରମ କରିଥିବା ବେଳେ ତାଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଆଉ ସେହି ସ୍ଥାନରେ ହିଁ ପୁଅର ମୃତ୍ୟୁ ହୋଇ ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Son dies After Father's Death | Argus News