Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Naxalites / ବାପା ଭାବିଥିଲେ ପୁଅ ବଡ଼ ହୋଇ ନାଁ କରିବ, ହେଲେ ପୁଅ ପାଲଟିଲା ନକ୍ସଲ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ବାପା ଭାବିଥିଲେ ପୁଅ ବଡ଼ ହୋଇ ନାଁ କରିବ, ହେଲେ ପୁଅ ପାଲଟିଲା ନକ୍ସଲ !

Key Points

ଚିଠି ଦେଖି ପରିବାରର ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ ।

ସମସ୍ତଙ୍କ ମନରେ ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଥିଲା ।

କେତେବେଳେ କ'ଣ ହୋଇଯିବ ସେନେଇ ପୁରା ପରିବାର ଚିନ୍ତାରେ ପଡ଼ିଥିଲା ।

ବାପାଙ୍କୁ ନକ୍ସଲ ଧମକ ଦେଲା ପୁଅ । ଧରାପଡ଼ିଲା ଜେଲ୍‌ ଗଲା । ଆପଣ ଶୁଣିଥିବେ କିମ୍ବା ଫିଲ୍ମରେ ବି ଦେଖିଥିବା ଅମିର ବାପ୍‌ କା ବିଗଡ଼ା ହୁଆ ଔଲାଦ । ଏଇ ଡାଇଲଗ୍‌ ଖୁବ୍‌ ପପୁଲାର । ୯୦ ଦଶକର ପ୍ରାୟତଃ ପ୍ରତ୍ୟେକ ଚଳଚ୍ଚିତ୍ରରେ ଏହି ଡାଇଲଗ ବ୍ୟବହାର ହୁଏ, ଆଉ ଏମିତି ଏକ କ୍ୟାରେକ୍ଟର ମଧ୍ୟ ରହିଥାଏ ।

ଆମର ଏହି କାହାଣୀଟି ମଧ୍ୟ ଠିକ୍‌ ସେମିତି । ଜଣେ ଅମିର ବାପ କା ବିଗଡ଼ା ହୁଆ ଔଲାଦର କାହାଣୀ । ଯାହାର ବାପା ଜଣେ ପ୍ରତିଷ୍ଠିତ ଠିକାଦାର । ଖଣ୍ଡ ମଣ୍ଡଳରେ ତାଙ୍କର ଭଲ ନାଁ ରହିଛି । ଲୋକଙ୍କ ପାଇଁ ତିଆରି ହେଉଥିବା ଓଭରହେଡ୍‌ ଟାଙ୍କି ଓ ନଳକୂପ ଖୋଳିବାରେ ସେ ଖୁବ୍‌ ଜଣାଶୁଣା । ଗାଁରେ ଗାଁରେ ତାଙ୍କର ଖୁବ୍‌ ପରିଚୟ ମଧ୍ୟ ରହିଛି । ହେଲେ ତାଙ୍କ ପୁଅ ଏବେ ଜେଲ୍‌ରେ । ସେ ଯେଉଁ ଭୁଲ କରିଛି, କୌଣସି ସାଧାରଣ ଘରର ପିଲା ଏମିତି ସାହସ ବି କରିବେ ନାହିଁ । କିଛି ଲୋକ ଏହାକୁ ପିଲାଳିଆମି ବି କହିପାରନ୍ତି । କିନ୍ତୁ ଏହା ପିଲାଳିଆମି ନୁହେଁ ବରଂ ଦୁଃସାହସ । ଆଉ ଅଧିକ ଫାଜିଲାମି ବୋଲି କହିବା ଠିକ୍‌ ହେବ ।

ଆମେ କହୁଛୁ କଳାହାଣ୍ଡି ନର୍ଲା ବ୍ଲକ୍‌ ଅନ୍ତର୍ଗତ ରୁପ୍ରାରୋଡ୍‌ର ଜଣାଶୁଣା ଠିକାଦାର ଦିନେଶ ଅଗ୍ରଓ୍ୱାଲଙ୍କ କଥା । ତାଙ୍କ ପୁଅ ହେଉଛି ଅଙ୍କୁଶ ଅଗ୍ରଓ୍ୱାଲ । ଯାହାର ବୟସ ୨୪ । ସେ ଗତ ୫ ତାରିଖରେ ନିଜ ବାପାକୁ ନକ୍ସଲ ନାଁରେ ଏକ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ଯେଉଁଥିରେ ଲେଖାଥିଲା, '୩୫ ଲକ୍ଷ ଟଙ୍କା ଦିଅ ନଚେତ ତମ ପରିବାରକୁ ଖତମ କରିଦେବୁ' । ଏମିତି କିଛି ଏକ କାଗଜରେ ଲେଖି, ଦିନେଶଙ୍କ ଗାଡ଼ି ସିଟ୍‌ ଉପରେ ରଖିଦେଇଥିଲା ଅଙ୍କୁଶ । ଏହି ଚିଠି ଦେଖି ପରିବାରର ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ । ସମସ୍ତଙ୍କ ମନରେ ଏକ ପ୍ରକାର ଅଜଣା ଭୟ ସୃଷ୍ଟି ହୋଇଥିଲା । କେତେବେଳେ କ'ଣ ହୋଇଯିବ ସେନେଇ ପୁରା ପରିବାର ଚିନ୍ତାରେ ପଡ଼ିଥିଲା । ସମସ୍ତଙ୍କ ମୁଣ୍ଡରୁ ଗମ୍‌ ଗମ୍‌ ଝାଳ ବାହାରୁଥିଲା ।

ହେଲେ ଦିନେଶ ନିଜକୁ ଟିକେ ସମ୍ଭାଳିଥିଲେ । ଆଉ ସାହସ ଜୁଟାଇ ସିଧା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ନକ୍ସଲଙ୍କ ଧମକପୂର୍ଣ୍ଣ ଚିଠି କହି ସେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ତାଙ୍କ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରିଥିଲା । ଆଉ ତନ୍ନ ତନ୍ନ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଶେଷରେ ଜାଣିବାକୁ ପାଇଥିଲା, ଏହି ଧମକପୂର୍ଣ୍ଣ ଚିଠିକୁ କୌଣସି ନକ୍ସଲ ନେତା ଲେଖି ନାହାନ୍ତି କିମ୍ବା କୌଣସି ନକ୍ସଲ ସଂଗଠନ ଏଭଳି ଧମକ ଦେଇନି । ଏହି ଚିଠିକୁ ଲେଖିଥିଲେ ଖୋଦ୍‌ ଦିନେଶ ଅଗ୍ରଓ୍ୱାଲଙ୍କ ପୁଅ ଅଙ୍କୁଶ ଅଗ୍ରଓ୍ୱାଲ ।

ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଅକ୍ଷର ମ୍ୟାଚ କରି ଜାଣିବାକୁ ପାଇଥିଲା, ସେହି ଲେଖା ଅଙ୍କୁଶ ଅଗ୍ରଓ୍ୱାଲର । ଆଉ ତାପରେ ପ୍ରମାଣ ସହିତ ଅଙ୍କୁଶକୁ ଗିରଫ କରିଥିଲା ପୋଲିସ । ନର୍ଲା ପୋଲିସ୍ ସହିତ କଳାହାଣ୍ଡି ପୋଲିସ୍‌ର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Naxalites | Son Fakes Naxal Threat to Extort ₹35 Lakh from Father in Odisha | Argus News