ମଦ ପିଇବାକୁ ବାରଣ କରିବାରୁ ହାତୁଡ଼ିରେ ପିଟି ପିଟି ବାପାକୁ ହତ୍ୟା

ଫୁଲବାଣୀ: ମଦ ପାଇଁ ଜନ୍ମ କଲା ବାପାକୁ ମାରିଦେଲା ନୃଶଂସ ପୁଅ । ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ । ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଲାମପଦ ଗାଁରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ମଦ ପିଇବାକୁ ବାପା ବାରଣ କରିବାକୁ ହତ୍ୟା କରିଛି ପୁଅ ।
ମିଳିଥିବା ସୂଚନା ଅନୁସାରେ, ପୁଅ ସୁରଜ ଦିଗାଲ ନିଶାଗ୍ରସ୍ତ ହୋଇ ଘରକୁ ଆସିଥିଲା । ଆଉ ଘରେ ମଦ ପିଇବାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସବୁବେଳେ ମଦ ପିଉଥିବା ପୁଅକୁ ଆକଟ କରିଥିଲେ ବାପା । ହେଲେ ମଦ ନିଶାରେ ଚୂର୍ ଥିବା ପୁଅ ବାପାର କଥା ଶୁଣି ନଥିଲା, ଉତ୍ତ୍ୟକ୍ତ ହୋଇ ବାପାକୁ ଆକ୍ରମଣ କରିଥିଲା ।
ହାତୁଡ଼ି ଆଣି ବାପାର ମୁଣ୍ଡକୁ ପାହାର ପରେ ପାହାର ପକାଇ ଚାଲିଥିଲା । ଫଳରେ ଘଟଣାସ୍ଥଳରେ ଡକେଣା ଦିଗାଲଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଫିରିଙ୍ଗିଆ ପୋଲିସ ମୃତଦେହ ଜବତ କରିବା ସହ ପୁଅ ସୁରଜ ଦିଗାଲକୁ ଗିରଫ କରିଛି । ସାଇଣ୍ଟିଫିକ୍ ଟିମ୍କୁ ନେଇ ଛାନଭିନ୍ କରୁଛି ପୋଲିସ ।