ଶୋଇଥିବା ବେଳେ ବାପାମାଆ ସହ ଭଉଣୀଙ୍କୁ ହତ୍ୟା କଲା ପିଶାଚ ପୁଅ

ଜଗତସିଂହପୁର: ଜଗତସିଂହପୁରରେ ଟ୍ରିପଲ୍ ମର୍ଡର । ବାପାମାଆ ସହ ଭଉଣୀକୁ ବୀଭତ୍ସ ହତ୍ୟା । ସମସ୍ତେ ଶୋଇଥିଲେ, ଭୋର୍ରୁ ମିଳିଲା ୩ ଜଣଙ୍କ ମୃତଦେହ । ଜଗତସିଂହପୁର ସଦର ଥାନା ଜୟବଡ଼ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ପରିବାରର ସମସ୍ତେ ଘରେ ନିଘୋଡ଼ ନିଦରେ ଶୋଇଥିବା ବେଳେ ପିଶାଚ ପୁଅ ପୁରା ପରିବାରକୁ ନିଶ୍ଚିହ୍ନ କରି ଦେଇଛି ।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ପିଶାଚ ପୁଅ ଜନ୍ମ କଲା ବାପାମାଆ ସହ ଛୋଟ ଭଉଣୀକୁ ହତ୍ୟା କରିଛି । ପଥର ଓ ଲୁହାରେ ଛେଚି ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ମୃତକ ହେଉଛନ୍ତି କାଳିଆ ଓରଫ ପ୍ରଶାନ୍ତ ସେଠୀ, କନକଲତା ସେଠୀ ଓ ମାମାଲି ସେଠୀ ।
📱 Get Argus News App
✨ପରିବାରର ତିନି ତିନି ଜଣଙ୍କୁ ହତ୍ୟା ପରେ ଜୟବଡ଼ ଗାଁରେ ପହଞ୍ଚିଛି ପୋଲିସ । ଅଭିଯୁକ୍ତ ପୁଅ ସୂର୍ଯ୍ୟକାନ୍ତ ସେଠୀଙ୍କୁ ପୋଲିସ ଗିରଫ କରିଛି । ଜଗତସିଂହପୁର ଏସ୍ପି ଦେଇଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସୂର୍ଯ୍ୟକାନ୍ତ ମାନସିକ ବିକାରଗ୍ରସ୍ତ । ତେବେ ସୂର୍ଯ୍ୟକାନ୍ତ କେଉଁ ପରିସ୍ଥିତିରେ ଏଭଳି ଚରମ ପଦକ୍ଷେପ ନେଲା, ଆଉ ରାଗରେ ପୁରା ପରିବାରକୁ ନିଶ୍ଚିହ୍ନ କରି ଦେଲା ତାହାର ପ୍ରକୃତ କାରଣ ଜଣାପଡ଼ିନି ।