Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମା' ହତ୍ୟାର ବଦଲା ନେଲା ପୁଅ

Rashmita Mishra
Browse all articles by Rashmita Mishra
·1 year ago·1 min read
ମା' ହତ୍ୟାର ବଦଲା ନେଲା ପୁଅ

ମା' ହତ୍ୟାର ବଦଲା ନେଲା ପୁଅ । ଜେଲ୍ ଫେରନ୍ତା ବାପାକୁ ହତ୍ୟା କରି ଫିଙ୍ଗିଦେଲା ପୁଅ । ରାଉରକେଲା ଉପକଣ୍ଠ ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପତ୍ର ଗାଁରେ ଅଭାବନୀୟ ଘଟଣା । ମୃତକ ଜଣକ ୫୫ ବର୍ଷୀୟ କ୍ରାନ୍ତି ବର୍ମା। ସ୍ତ୍ରୀ ହତ୍ୟା ମାମଲାରେ ଜେଲ୍ ଯାଇ ଫେରିଥିଲେ କ୍ରାନ୍ତି । ମା'କୁ ହତ୍ୟା କରିଥିବା ରାଗରେ ପୁଅ ବିଷ୍ଣୁ ବର୍ମା ବାପାକୁ ହତ୍ୟା କରିଛି । ଘଟଣାରେ ହତ୍ୟାକାରୀ ପୁଅକୁ ରାଉରକେଲା ପୁଲିସ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଘଟଣାଟି ଏହିପରି ଥିଲା, ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ୨୦୨୪ରେ ସଜା କାଟି ଜେଲରୁ ବାହାରିଥିଲା ହତ୍ୟାକାରୀ ବାପା । ଶେଷରେ ପୁଅ ହାତରେ ଚାଲିଗଲା ଜୀବନ ।

ଇସ୍ପାତ ସହରରେ ରକ୍ତର ଛିଟା । ଘଟି ଚାଲିଛି ବିଭତ୍ସ ହତ୍ୟା କାଣ୍ଡ । ୪ ଦିନରେ ଗଲାଣି ୫ ଜୀବନ। ଏହି ସବୁ ଘଟଣାରେ କିଛି ଅଭିଯୁକ୍ତଙ୍କୁ ଧରି ପୁଲିସ ତଦନ୍ତ କରୁଛି । କିନ୍ତୁ ସହରରେ ସିରିଜ ହତ୍ୟା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ଆଇନ କାନୁନକୁ ଅପରାଧୀଙ୍କ ଖାତିର ନାହିଁ । ପୁଲିସକୁ ବି ଭୟ ନାହିଁ । ଗୋଟିଏ ପରେ ଗୋଟିଏ ନିର୍ମମ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି ହତ୍ୟାକାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
son-takes-revenge-for-killing-his-mother | Argus News