Videos
|
Odisha

ମା'ଙ୍କ ମାନସିକ ପୂରଣ ପାଇଁ ପୁଅର ଅସମ୍ଭବ ପ୍ରୟାସ

Swoyang prajna Mishra
Browse all articles by Swoyang prajna Mishra
·12 months ago·2 min read
ମା'ଙ୍କ ମାନସିକ ପୂରଣ ପାଇଁ ପୁଅର ଅସମ୍ଭବ ପ୍ରୟାସ

Key Points

ମାତୃ ସତ୍ୟ ପାଇଁ ୨୫୦ କିଲୋମିଟର ଦଣ୍ଡବତୀ
ମା'ଙ୍କ ମାନସିକ ପୂରଣ ପାଇଁ ପୁଅର ଅସମ୍ଭବ ପ୍ରୟାସ
ଖାଲି ପାଦ, କାନ୍ଧରେ ଗୋଟିଏ ବ୍ୟାଗ୍ ଓ ଖଣ୍ଡିଏ ପଥର
ରାସ୍ତା ସାରା ଦଣ୍ଡବତୀ ପଡ଼ି ଘଟଗାଁ ମା ତାରିଣୀଙ୍କ ପୀଠକୁ ଯାତ୍ରା କରୁଛନ୍ତି

ମାତୃ ସତ୍ୟ ପାଇଁ ୨୫୦ କିଲୋମିଟର ଦଣ୍ଡବତୀ । ମା କରିଥିଲେ ମାନସିକ। ସେହି ମାନସିକ ପୂରଣ ପାଇଁ ପୁଅ କରିଛି ଶପଥ ଆଉ କରିଛି ଅସମ୍ଭବ ପ୍ରୟାସ। ଯାହା ଦେଖିଲେ ଆପଣ ବି ତାଜୁବ ହେବେ । ଖାଲି ପାଦ, ତା ସାଙ୍ଗକୁ ବ୍ୟାଗଟିଏ କାନ୍ଧେଇଛନ୍ତି, ହାତରେ ଧରିଛନ୍ତି ପଥରଟିଏ ଆଉ ରାସ୍ତାରେ ପଡୁଛନ୍ତି ଦଣ୍ଡବତୀ। ଆପଣ ଏହାକୁ ଦେଖି ଅନେକ କଥା ଚିନ୍ତା କରି ପାରନ୍ତି। ହେଲେ ରାମାୟଣରେ ପିତୃ ସତ୍ୟ ପାଳି ରାମ ବନବାସ ଯିବା ଭଳି ଜଣେ ମାର ମାନସିକ ପୂରଣ କରିବା ପାଇଁ ଏଭଳି ଏକ ପ୍ରୟାସ କରୁଛନ୍ତି ଏହି ଯୁବକ ଜଣକ । କାହିଁକି ନା ମାର ମାନସିକ ପୂରଣ ପାଇଁ ପୁଅ ବାହାରିଛି ଘଟଗାଁ ମା ତାରିଣୀଙ୍କ ପାଖକୁ। ଏହି ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସାର୍ତ୍ତା ପଞ୍ଚାୟତ ହଳଦୀଗୁଡ଼ି ଗାଁର ସଞ୍ଜୟ ବିଜୁଳି। ମା ଟୁନି ବିଜୁଳି ପିଲା ବେଳେ ମାନସିକ କରିଥିଲେ । ଯେଉଁ ମାନସିକ ତାଙ୍କର ତିନି ପୁଅ ଭିତରୁ ଜଣେ ପୂରଣ କରିବା କଥା। ମାନସିକ ମଧ୍ୟ ଥିଲା ଅତି ଯନ୍ତ୍ରଣାଦାୟକ ଏବଂ ଅସମ୍ଭବ ଭଳି ।


କାହିଁକି ନା ବାଲେଶ୍ୱର ଜିଲ୍ଲାରୁ ଦଣ୍ଡବତୀ ହୋଇ ପୁଅ ଯିବ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ । ମାର ସେହି ମାନସିକ ପୂରଣ ପାଇଁ ଘରର ମଝିଆ ପୁଅ ଅଣ୍ଟା ଭିଡିଛି । ଗତ ୨୩ ତାରିଖ ସନ୍ଧ୍ୟାରୁ ଘରୁ ବାହାରିଛି ମା ଙ୍କ ବଚନ ପୂରଣ ପାଇଁ। କାନ୍ଧରେ ବ୍ୟାଗଟିଏ, ଖାଲି ପାଦ ଏବଂ ଏକ ସ୍ପଞ୍ଜ ନେଇ ଦଣ୍ଡବତୀ ପଡି ପଡି ଯାଉଛନ୍ତି ଘଟଗାଁ। ୨୩ ତାରିଖ ରୁ ଘରୁ ବାହାରିଥିବା ସଞ୍ଜୟ ବିଜୁଳି ଆଜି ଆସି ଉଦଳା ନିକଟରେ ପହଞ୍ଚିଛନ୍ତି । ୨ଶହ ରୁ ୨୫୦ କିଲୋମିଟର ସେ ଦଣ୍ଡବତୀ ପଡି ପଡି ଯିବେ। ଘରେ ନିକ ସ୍ତ୍ରୀ, ଦେଢ଼ବର୍ଷର ଝିଅ କୁ ଛାଡି ବାହାରି ଆସିଛନ୍ତି ମାତୃ ସତ୍ୟ ପାଳନ ପାଇଁ। ମାତୃ ସତ୍ୟ ପାଳନ ପାଇଁ ଏଭଳି ଅସମ୍ଭବ ନିଷ୍ପତ୍ତି ଜାବୁଡି ଧରି ଯାଉଥିବା ସଞ୍ଜୟଙ୍କୁ ଦେଖି କିଏ ରାସ୍ତା ପାର୍ଶ୍ଵରେ ହାତ ଯୋଡି ଜୁହାର ହେଉଛି, ତ ପୁଣି କିଏ କାନ୍ଦୁଛି । ଆଉ କିଏ ସଞ୍ଜୟ ଙ୍କ ସେବା କରିବାକୁ ଆଗକୁ ଚାଲି ଆସୁଛି। ଆଜିର ସମାଜରେ ମା ଓ ପୁଅ କୁ ନେଇ ଅନେକ ଅପରାଧ ସାମ୍ନାକୁ ଆସୁଥିବା ବେଳେ ସଞ୍ଜୟ ନିଜ ମା ଙ୍କ ବଚନ ପୂରଣ ପାଇଁ ଏଭଳି ନିଷ୍ପତ୍ତି ନେବା ଏକ ବଡ଼ ଉଦାହରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Son's impossible effort for his mother's wish | Argus News