Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ଖୁବ୍‌ଶୀଘ୍ର ସବୁ ଅଙ୍ଗନଓ୍ୱାଡ଼ିର ହେବ ନିଜସ୍ୱ ଗୃହ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଖୁବ୍‌ଶୀଘ୍ର ସବୁ ଅଙ୍ଗନଓ୍ୱାଡ଼ିର ହେବ ନିଜସ୍ୱ ଗୃହ !

Key Points

୫୪ ହଜାର ୭୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଅଛି ।
ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି ।

ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଲେ ବଡ଼ ସୂଚନା । ୨୦ ହଜାର ୧୫୦ ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ। ୭ ହଜାର ୩୮୯ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣାଧୀନ ରହିଛି । ରାଜ୍ୟରେ ମୋଟ ୭୪ ହଜାର ୨୨୪ ଅଙ୍ଗନବାଡ଼ି ରହିଛି । ୫୪ ହଜାର ୭୪ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଗୃହରେ ସୂଚନା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି । ଶନିବାର ତୃତୀୟ ଦିବସରେ ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା କରାଯାଇଛି ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଅଙ୍ଗନବାଡ଼ିଗୁଡ଼ିକର ଶତ ପ୍ରତିଶତ ନିଜସ୍ବ ଗୃହ କରାଯିବା ଲାଗି ସରକାର ପ୍ରଚେଷ୍ଟା ଚଳାଇଛନ୍ତି । ଯେଉଁ ୧୫ ଲକ୍ଷ ଟଙ୍କାରେ ଅଙ୍ଗନବାଡ଼ିଗୁଡ଼ିକର ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା, ସେଥିରେ ନୂଆ ଅର୍ଥବ୍ୟବସ୍ଥା କରାଯାଇଛି । ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ିଗୁଡ଼ିକରେ ଏଲଇଡି, ଆରଓ ମେସିନ୍ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପାଦିତ ହେଉଛି। ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କାମ କରିବେ ବୋଲି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାର ଇଏ ନୁହେଁ । ଅତିରିକ୍ତ ବଜେଟରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ଅନ୍ୟପଟେ ରାଜ୍ୟର ସରକାରୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୧୩ହଜାର ୪୧୩ଜଣ ବିଦ୍ୟାର୍ଥୀ ୯ମ ଶ୍ରେଣୀ ପାସ୍‌ କରିପାରି ନାହାନ୍ତି। ନବମରେ ଫେଲ୍‌ ହୋଇଥିବାରୁ ସେମାନେ ପୁଣିଥରେ ଶିକ୍ଷା ଗ୍ରହଣ କରୁଛନ୍ତି। କିଛି ଜଣ ଦ୍ବିତୀୟ ଥର ପରୀକ୍ଷା ଦେଇ ସେଥିରେ କୃତକ‌ାର୍ଯ୍ୟ ହୋଇ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ଚଳିତବର୍ଷ ରାଜ୍ୟ ସରକାରୀ ହାଇସ୍କୁଲର ନବମ ଶ୍ରେଣୀରେ ପରୀକ୍ଷା ଦେଇଥିବା ୩ଲକ୍ଷ ୮୬ହଜାର ୭୮୬ଜଣଙ୍କ ମଧ୍ୟରୁ ୧୨ହଜାର ୭୫୬ଜଣ ଫେଲ୍‌ ହୋଇଥିଲେ।

ସେମାନଙ୍କ ମଧ୍ୟରୁ ଦ୍ବିତୀୟ ଥରରେ ପରୀକ୍ଷା ଦେଇ ୫ ହଜାର ୩୪୧ ଜଣ ପାସ୍‌ କରିଛନ୍ତି । ୭ ହଜାର ୪୧୫ ଜଣ ଦ୍ବିତୀୟ ଥର ପରୀକ୍ଷା ନଦେଇ ଫେଲ୍‌ ହୋଇଛନ୍ତି । ଅନୁରୂପ ଭାବେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୯ମ ପରୀକ୍ଷା ଦେଇଥିବା ୮,୮୧୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୫୭ଜଣ ଫେଲ୍‌ ହୋଇଥିଲେ । ୫୨୭ ଜଣ ଦ୍ବିତୀୟ ଥର ପରୀକ୍ଷା ଦେଇ ପାସ୍‌ କରିଥିବା ବେଳେ ୧୦୦ ଜଣ ପରୀକ୍ଷା ନ ଦେଇ ଫେଲ୍‌ ହୋଇଛନ୍ତି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Assembly | Soon, all Anganwadi will have their own homes! | Argus News