ଶ୍ରୀରାମ ନବମୀ ପାଇଁ ସଜେଇ ହେଲାଣି ସୋର ସହର

ପ୍ରତ୍ୟେକ ହିନ୍ଦୁ ସନାତନୀ ଙ୍କ ଧାର୍ମିକ ଭାବନା ସହ ଜଡିତ ଶ୍ରୀରାମ ନବମୀ ପାଇଁ ସବୁଠି ଉତ୍ସାହର ମାହଲ l ଶ୍ରୀରାମ ନବମୀ ପାଇଁ ସଜେଇ ହେଲାଣି ସୋର ସହର l ଭବ୍ୟ ଭାବରେ ପାଳନ ପାଇଁ ପ୍ରସ୍ତୁତି ରେ ଲାଗିଛନ୍ତି ବିଭିନ୍ନ ସଂଗଠନ l ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଆଇନ ଶୃଙ୍ଖଳା ପାଇଁ ଜୋରଦାର ପ୍ରସ୍ତୁତି l ସୋର ସହର ର ବିଭିନ୍ନ ସ୍ଥାନ ଝଲସୁଛି ଗେରୁଆ ପତାକା ରେ l ଉତ୍ତରେଶ୍ଵର ଛକ ଠାରୁ ଆରମ୍ଭ କରି ଅନନ୍ତପୁର ଛକ, କଲେଜ ଛକ, ଅନନ୍ତପୁର ଫାଣ୍ଡି ଛକ, ଆଇସଫେକ୍ଟ୍ରି ଛକ ସହ ସହର ର ବିଭିନ୍ନ ଛକ ଗୋଡ଼ିକ ଏବେ ସଜେଇ ହେଲାଣି l ଏପ୍ରିଲ ୬ ତାରିଖ ରେ ହେବାକୁ ଥିବା ଶ୍ରୀରାମ ନବମୀ କୁ ଭବ୍ୟ ଭାବରେ ପାଳନ କରିବାକୁ ବିଭିନ୍ନ ସଂଗଠନ ସହିତ ଶ୍ରୀରାମ ସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l
ସୋର ଶ୍ରୀରାମ ସେନା ପକ୍ଷରୁ ରାମ ନବମୀ ଉତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀରାମ ସେନା ସୋର ର ସଭାପତି ବିଷ୍ଣୁ ମୋହନ ପଣ୍ଡା,ସମ୍ପାଦକ ମନୀଷ ଗୁପ୍ତା,ବରିଷ୍ଠ ଉପଦେଷ୍ଟା କାହ୍ନୁଚରଣ ବେହେରା, ମୁଖପାତ୍ର ଶୁଶୀଲ ଝୁନଝୁନୱାଲା ଉପସ୍ଥିତ ରହି ସମ୍ପୂର୍ଣ କାର୍ଯ୍ୟ ବିବରଣୀ ବାବଦରେ ଜଣାଇଛନ୍ତି l ହିନ୍ଦୁ ନବବର୍ଷ ଅବସରରେ ସୋର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି। ୩୧ ତାରିଖରେ ସୋର ଗୋଶାଳାରେ ଗୋ ପୂଜନ,ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ସାମୁହିକ ହନୁମାନ ଚାଳିସା ପାଠ, ୩ ତାରିଖରେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଓ ଫଳ ବଣ୍ଟନ। ୪ ତାରିଖରେ ମହିଳା ମୋଟର ସାଇକେଲ ଓ ୫ ତାରିଖରେ ପୁରୁଷ ମୋଟର ସାଇକେଲ ରାଲି ଏବଂ ୬ ତାରିଖରେ ସୋର ଗୋପୀନାଥପୁର ଷ୍ଟ୍ରକଚର ପଡ଼ିଆରୁ ରାଇପୁର ହନୁମାନ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶ୍ରୀ ରାମ ନବମୀ ଶୋଭାଯାତ୍ରା ଅନୁଷ୍ଠିତ ହେବ।
📱 Get Argus News App
✨ଏଥିରେ ୨୦ ହଜାରରୁ ଅଧିକ ଭକ୍ତ ସମାଗମ ହେବେ ବୋଲି ସୂଚନା ଦିଆଯାଇଛି l ଶ୍ରୀରାମ ନବମୀରେ ଭକ୍ତ ଙ୍କ ସମାଗମକୁ ଦୃଷ୍ଟିରେ ରଖି ସୋର ପୋଲିସ ପକ୍ଷରୁ ସୋର ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେ ପୋଲିସ ମୁତୟନ ହେବା ସହ ସହର ରେ ପ୍ଲାଗ ମାର୍ଚ୍ଚ କରାଯାଇଛି। ବାଲେଶ୍ୱର ଏସ୍ପି ରାଜ ପ୍ରସାଦ ସୋର ଥାନା ପରିସର ରେ ପୋଲିସ ଅଧିକାରୀ ମାନଙ୍କୁ ନେଇ ବୈଠକ କରିଛନ୍ତି, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ଙ୍କ ସହ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ l ସୋର ରେ ୪ ପ୍ଲାଟୁନ ବିଏସଏଫ ଯବାନ ମୁତୟନ ହେବେ ବୋଲି ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି l ଯେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସଜାଗ ଥିବା ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି।