Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ

Odisha

ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ

Smruti Parija
Browse all articles by Smruti Parija
·2 years ago·2 min read
ଆଉ ଲୋଡ଼ା ପଡ଼ିବନି କୀଟନାଶକ ଔଷଧ

ବାଲେଶ୍ୱର: ମଶାରୀ ଭିତରେ ଲାଗିଛି ଧାଡିକି ଧାଡି ବାଇଗଣ ଗଛ । ୫୦ ଡିସମିଲ ଜମିରେ ୮୦୦ ବାଇଗଣ ଗଛ ଲଗାଇ ବେଶ୍ ଭଲ ଦି ପଇସା ରୋଜଗାର କରିପାରୁଛନ୍ତି ଏହି ଚାଷୀ । ଆଉ ସବୁଠୁ ବଡ କଥା ତାଙ୍କୁ ଚାଷରେ କୀଟନାଶକ ଦରକାର ପଡୁନି । ଗଛରେ ରୋଗ ପୋକ ପାଇଁ କୀଟନାଶକ ପ୍ରୟୋଗ ନକରି ନୂତନ ଜ୍ଞାନ କୌଶଳରେ ମଶାରୀ ଭିତରେ ପରିବା ଚାଷ କରିଛନ୍ତି ଏହି ଚାଷୀ।

ସୋର ବ୍ଲକ ମାଣତ୍ରୀ ପଂଚାୟତ ଗୋପାଳପୁର ଗାଁର ହୃଷିକେଶ ବାରିକ । ବୟସ 50 ବର୍ଷ ହେଲାଣି । ପିଲାଟି ଦିନରୁ ହୃଷିକେଶ ବାପାଙ୍କ ସହିତ ଚାଷ କରିବା ସହିତ ଚାଷର କୌଶଳ ଶିଖୁଥିଲେ । ପରବର୍ତ୍ତୀ ସମୟରେ ଧାନ ଚାଷ ସହିତ ପରିବା ଓ ଆଖୁଚାଷ କରିଥିଲେ । ଯେଉଁଥିରୁ ବାର୍ଷିକ ପ୍ରାୟ ୨-୩ ଲକ୍ଷ ଟଙ୍କା ସଞ୍ଚୟ କରିପାରୁଛନ୍ତି । ଜଣେ ଭଲ ଚାଷୀ ହିସାବରେ ଅଞ୍ଚଳରେ ବେଶ ପରିଚିତି ମଧ୍ୟ ଲାଭ କରିଛନ୍ତି ।

ପ୍ରତିବର୍ଷ ଚାଷରେ ବ୍ୟବହାର କରାଯାଉଥିବା କୀଟନାଶକ ପାଇଁ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ବିନା କୀଟନାଶକ ବ୍ୟବାହାରରେ ଚାଷ କରିବା ପାଇଁ ମଶାରୀର ସାହାଯ୍ୟ ନେଇଛନ୍ତି । ୧୮ ହଜାର ଟଙ୍କା ବ୍ୟୟ କରି ୫୦ ଡିସମିଲ ଜାଗାରେ ବାଇଗଣ ଚାଷ କରିଛନ୍ତି । ମଶାରୀ ଯୋଗୁଁ ଚାଷ ହୋଇଥିବା ଜାଗାକୁ କୌଣସି ପୋକ କିମ୍ବା ମାଛି ମଶା ମଧ୍ୟ ପ୍ରବେଶ କରିପାରୁନାହାନ୍ତି । ଫଳରେ କୀଟନାଶକ ବ୍ୟବାହାର କରାଯିବ ନାହିଁ ବୋଲି ହୃଷିକେଶ ପ୍ରକାଶ କରିଛନ୍ତି । ତେବେ ଏପରି ଢଙ୍ଗରେ ଚାଷ କରି ବର୍ତ୍ତମାନ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ପ୍ରାଣୀଳରେ କାକୁଡି,ପୋଟଳ,ଟମାଟୋ, କଲରା,ଆଖୁ ଓ ବାଇଗଣ ଆଦି ପରିବା ଚାଷ କରିବା ସହିତ ଉନ୍ନତ ମାନର ଫୁଲ ଚାଷ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । 
ତାଙ୍କ କହିବା ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅପେକ୍ଷା ନିଜ ବାଡ଼ିରେ ସଠିକ ଭାବେ ଚାଷ କଲେ ଜଣେ ଭଲ ରୋଜଗାର କରିପାରିବ । ଏଥିପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି । 
 

Raja Festival
Sponsored
soro-farmer-farming-vegetable-inside-mosquitos | Argus News