Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା

Odisha

Soumya Murder Case / ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା

Rashmita Mishra
Browse all articles by Rashmita Mishra
·1 hour ago·2 min read
ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା
Soumya Murder Case

Key Points

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
ଆଉ ଜଣେ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ
କେନ୍ଦ୍ରାପଡ଼ାର ଇନ୍ଦୁପୁର ଅଞ୍ଚଳରୁ ଅଭିଯୁକ୍ତ ବିନୋଦ ଗିରଫ 
ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଅଭିଯୁକ୍ତ ଗିରଫ 

ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣା... ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ । କେନ୍ଦ୍ରାପଡ଼ାର ଇନ୍ଦୁପୁର ଅଞ୍ଚଳରୁ ଅଭିଯୁକ୍ତ ବିନୋଦ ଗିରଫ ହୋଇଛନ୍ତି । ବିନୋଦ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ବାସିନ୍ଦା ।

ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିଲା ସାଂଘାତିକ ହତ୍ୟାକାଣ୍ଡ । ସୌମ୍ୟଙ୍କୁ ସଂଘବଦ୍ଧ ଭାବେ ମାରପିଟ୍ କରିବା ଅଭିଯୋଗରେ ହୋଇଛି ଗିରଫଦାରୀ । ବାଲିଅନ୍ତା ମାମଲାରେ ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ରାଇମ ବ୍ରାଞ୍ଚର ଧରପଗଡ଼ ଜାରି ରଖିଛି ।

ସେପଟେ କୋର୍ଟରେ ୨ ଯୁବତୀଙ୍କର ହେବ ବୟାନ ରେକର୍ଡ । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହେବ ବୟାନ ରେକର୍ଡ । BNSSର 183ରେ ୨ ଯୁବତୀ ଦେବେ ବୟାନ । ଘଟଣା ଦିନ କଣ ଘଟିଥିଲା ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଗୋଟି ଗୋଟି ସତ କହିବେ ୨ ଯୁବତୀ ।

ଗତ ମେ ୭ ତାରିଖରେ ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ପୋଲିସ ଆଖି ଆଗରେ ସୌମ୍ୟରଞ୍ଜନ ସ୍ଵାଇଁ ନାମକ ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ଜଘନ୍ୟ ହତ୍ୟାକାଣ୍ଡ ସବୁ ସୀମା ଟପିଥିଲା । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ରୋକି ପାରିନଥିଲା । ହାତଗୋଡ଼ ବାନ୍ଧି ଲୁହାରେ ଓଲଟା ଟଙ୍ଗାଇ ସଂଘବଦ୍ଧ ହୋଇ ଅତି ନିର୍ମମ ଭାବେ ରଡ୍, ଲାଠିରେ ପିଟିପିଟି ମାରିଦେଇଥିଲ ସୌମ୍ୟରଞ୍ଜନଙ୍କୁ । ମୃତ ସୌମ୍ୟରଞ୍ଜନ ରେଳବାଇରେ ଜଣେ କନେଷ୍ଟବଳ ଥିଲେ ।

ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ଵ ଦେଇଥିଲେ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ପୀଡ଼ିତା ଓ ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଅଲଗା ଅଲଗା ବୟାନ ଦେଇଥିଲେ । ତାଙ୍କ ସହ ଅସଦାଚରଣ କରାଯାଇଛି । ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ ।

୭ ତାରିଖ ଦିନ ବାଳକାଟି ସରକାରୀ ମେଡିକାଲରେ ଡିୟୁଟିରେ ଥିବା ଡାକ୍ତର ଯେଉଁ ବୟାନ ଦେଇଛନ୍ତି, ତାହା ଆହୁରି ଚମକାଇ ଦେଲା ଭଳି। ଡାକ୍ତରଙ୍କ କହିବା ଅନୁସାରେ, ଦିନ ୧୨ଟା ୩୦ରୁ ୧୨ଟା ୪୦ ମଧ୍ୟରେ ସୌମ୍ୟଙ୍କୁ ମେଡିକାଲ ଅଣାଯାଇଥିଲା । ସେତେବେଳେ ମଧ୍ୟ ତାଙ୍କର ହାତଗୋଡ଼ ବନ୍ଧା ଯାଇଥିଲା ଏବଂ କୌଣସି ଷ୍ଟ୍ରେଚର ନୁହେଁ ବରଂ ଏକ ବାଡ଼ିରେ ବୋହିକି ତାଙ୍କୁ OPDକୁ ଅଣାଯାଇଥିଲା ।

ସେତେବେଳେ ସୌମ୍ୟଙ୍କ ନାକରୁ ପ୍ରଚୁର ରକ୍ତ ବୋହୁଥିଲା, ଡାହାଣ ପାଖ ଆଖି ପତା ଉପରେ ଏକ ବଡ଼ କଣା ହୋଇଥିଲା । ବ୍ଲଡ୍‌ ପ୍ରେସର କିମ୍ବା ପଲ୍ସ କିଛି ବି ଫିଲ୍ ହେଉନଥିଲା । ମେଡିକାଲରେ ECG ଉପଲବ୍ଧ ନଥିବାରୁ ଅପରାହ୍ନ ୧୨ଟା ୫୫ରେ ସୌମ୍ୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଉ ସବୁଠୁ ବଡ଼ କଥା ହେଉଛି, ଏହି ସମୟରେ ମେଡିକାଲ ପରିସରରେ ୪ ଜଣ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Soumya Murder Case | Soumya Murder Case: Number of Arrests Rising Day by Day | Argus News