Soumya Murder Case / ସୌମ୍ୟ ହତ୍ୟା ମାମଲା : କେବଳ ଭିଡ଼ ହତ୍ୟା ନା ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର ?

Key Points
ଆଜି NHRC ଆଗରେ ହଜାର ହୋଇପାରନ୍ତି ADG ଦୟାଲ ଗଙ୍ଗୱାର…
୪ ଦିନ ଧରି ମାରାଥନ୍ ଖୋଳତାଡ଼ ଚଳାଇଛି ଜାତୀୟ ମାନବାଧିକାର କମିଶନ…
ଅଡୁଆ ସୂତାରେ ଛନ୍ଦି ହେଇଯାଉଛି ସୌମ୍ୟ ହତ୍ୟା ମାମଲା... କେବଳ ଭିଡ଼ ହତ୍ୟା ନା ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର ? ଏନଏଚଆରସିରେ ହାଜର ହୋଇଥିବା ଯୁବତୀ ବଢାଇଲେ ସସପେନ୍ସ । ୪ ଦିନ ଧରି ମାରାଥନ୍ ଖୋଳତାଡ଼ ଚଳାଇଛି ଜାତୀୟ ମାନବାଧିକାର କମିଶନ ।
ଭିଡ଼ ହତ୍ୟା ନା ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର । ଏନଏଚଆରସିରେ ହାଜର ହୋଇଥିବା ଯୁବତୀ ବଢାଇଲେ ସସପେନ୍ସ । ଆସନ୍ତାକାଲି ହାଜର ହୋଇପାରନ୍ତି ବିବାଦୀୟ ଏଡିଜି ଦୟାଲ ଗଙ୍ଗୱାର । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ବଢିଲା ସନ୍ଦେହ, କେବେ ଲାଗିବ ଭିଡ ହତ୍ୟା ଉଠିଲା ପ୍ରଶ୍ନ ।
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବଢୁଛି ସସପେନ୍ସ । ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗରେ-ଏନଏଚଆରସି ଚାଲିଛି ମାରାଥନ୍ ଜେରା । ବରିଷ୍ଠ ପୋଲିସ ଅଧିକାରୀଙ୍କୁ NHRC ନୋଟିସ କରିଥିବା ଜଣାପଡିଛି । ଖୁବଶୀଘ୍ର ସେମାନେ ହାଜର ହୋଇ ନିଜର ପକ୍ଷ ରଖିବେ ।
ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ର ସୁରାକ NHRC ହାତରେ ଲାଗିଥିବା ସୂଚନା ମିଳିଛି । ଆଜି ହାଜର ହୋଇ ସୌମ୍ୟ ବିଷୟରେ ଯାହା ଜାଣିଛନ୍ତି ତଦନ୍ତକାରୀ ଟିମକୁ କହିଛନ୍ତି ତାଙ୍କ ବାନ୍ଧବୀ । ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ ମଧ୍ୟ ନିଜ ପକ୍ଷ ରଖିଛନ୍ତି NHRC ଟିମ ଆଗରେ ।
ଗତକାଲି ବାଲିଅନ୍ତା ଭିଡ଼ ହତ୍ୟା ଘଟଣାରେ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍, ଦୁଇ ଯୁବତୀ, 108ଆମ୍ବୁଲାନ୍ସ ଡ୍ରାଇଭର, ଟ୍ରକ ଡ୍ରାଇଭର ଏବଂ ନିଲମ୍ବିତ ହୋଇଥିବା ପୋଲିସ ମାନଙ୍କୁ ଜେରା କରିଥିଲା NHRC ଟିମ ।
ସେପଟେ ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ । ଅନେକ ଅସମାହିତ ପ୍ରଶ୍ନର ଅଡୁଆ ସୂତାରେ
-କାହିଁକି ସୌମ୍ୟ ହତ୍ୟା ଘଟଣାରେ ଲାଗିଲା ନାହିଁ ଭିଡ ହତ୍ୟା ଦଫା
-କାହିଁକି ଉପସ୍ଥିତ ପୋଲିସ ବିରୋଧରେ ହେଲାନାହିଁ ଫୌଜଦାରୀ ମାମଲା
-କାହିଁକି ଏଡିଜି ଦୟାଲ ଗଙ୍ଗୱାର ଆସିଲେ ନାହିଁ ତଦନ୍ତ ପରିସରକୁ
-କାହିଁକି ଦୁଇ ଯୁବତୀ ଓ ଓମଙ୍କର ହେଲା ନାହିଁ ପଲିଗ୍ରାଫ୍ ଟେଷ୍ଟ
-କାହିଁକି ଷଡଯନ୍ତ୍ର ଦିଗରେ ହେଉନାହିଁ ତଦନ୍ତ
ଆଜି କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ମଧ୍ୟ ହାଜର NHRC ଟିମ ଆଗରେ ହାଜର ହୋଇଛନ୍ତି । ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା କାଣ୍ଡ ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଥିବା ୨୨ରୁ ଅଧିକ ଲୋକଙ୍କୁ ଜେରା କରି ସାରିଛି NHRC ଟିମ୍ । ସୌମ୍ୟଙ୍କ ସାଙ୍ଗ ଓମଙ୍କ ଭୂମିକାକୁ ନେଇ ବି ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି, ସୌମ୍ୟଙ୍କୁ ଲୋକେ ଘେରି ଯାଇ ଗୋଡ଼ ହାତ ବାନ୍ଧି ମାଡ଼ ମାରୁଥିବାବେଳେ ଓମ୍ କାହିଁକି ଅଟକାଇ ନଥିଲା ? ଓମ୍ ଯାହାକୁ ଡାକିଲେ ସେମାନେ କାହିଁକି ସୌମ୍ୟକୁ ପିଟିଲେ । ତମାମ୍ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଲେ ସତ ସାମ୍ନାକୁ ଆସିବ ।
📱 Get Argus News App
✨Related Topics
Explore more stories