Odisha Update / ଡବଲ୍ ମେଡାଲ୍ ଜିତିଲେ ଓଡ଼ିଆ ଝିଅ ମୋନାଲି ସ୍ୱାଇଁ
·8 months ago·1 min read

Key Points
ଏସୀୟ ଇନକ୍ଲୁସିଭ ସେଲିଂ ସିରିଜରେ ଓଡ଼ିଆଙ୍କ କମାଲ
ଡବଲ୍ ମେଡାଲ୍ ଜିତିଲେ ଓଡ଼ିଆ ଝିଅ ମୋନାଲି ସ୍ବାଇଁ
ୱିଣ୍ଡ ସର୍ଫିଂରେ ଡବଲ୍ ମେଡାଲ୍ ଜିତିଲେ ସୌମ୍ୟଜିତ୍ ରାୟ କ୍ରିସ୍
ଡବଲ୍ ମେଡାଲ୍ ଜିତିଲେ ଓଡ଼ିଆ ଝିଅ ମୋନାଲି ସ୍ବାଇଁ
ୱିଣ୍ଡ ସର୍ଫିଂରେ ଡବଲ୍ ମେଡାଲ୍ ଜିତିଲେ ସୌମ୍ୟଜିତ୍ ରାୟ କ୍ରିସ୍
ଜାତୀୟ ସ୍ତରରେ ପୁଣି ବିଜୟ ପତାକା ଉଡ଼ାଇଛନ୍ତି ଓଡ଼ିଆ କ୍ରୀଡ଼ାବିତ। ମହୀଶୂରରେ ଖେଳାଯାଇଥିବା ଏସିୟ ଇନକ୍ଲ୍ୟୁସିଭ ସେଲିଂ ଫର ପାରା ସେଲର୍ସ ପ୍ରତିଯୋଗିତାରେ ଡବଲ ମେଡାଲ ଜିତିଛନ୍ତି ଓଡ଼ିଆ ଝିଅ ମୋନାଲି ସ୍ୱାଇଁ । ନିଜ ବର୍ଗରେ ବହୁ ଦେଶର କ୍ରୀଡ଼ାବିତଙ୍କୁ ପଛରେ ପକାଇ ଜିତିଛନ୍ତି ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ । ସେହିପରି wind ସର୍ଫିଂ ଜୁନିଅର ନ୍ୟାସନାଲରେ ଡବଲ ମେଡାଲ୍ ଜିତିଛନ୍ତି ସୌମ୍ୟଜିତ ରାୟ କ୍ରିଷ । ରାଜ୍ୟର ସର୍ବକନିଷ୍ଠ wind ସର୍ଫର ଭାବେ ପରିଚିତ କ୍ରିସ୍ ବି ହାତେଇଛନ୍ତି ଡବଲ ମେଡାଲ । ଆଗକୁ ମୋନାଲିଙ୍କ ପାରା ଅଲମ୍ପିକ, ସୌମ୍ୟଜିତଙ୍କ ୟୁଥ ଅଲିମ୍ପିକ ଓ ଏସିଆଡ୍ ରହିଛି। ସେଥିରେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ ଉଭୟ କ୍ରୀଡ଼ାବିତ।
ଓଡ଼ିଶା ୟାଚିଂ ଆସୋସିଏସନ ପକ୍ଷରୁ ସମସ୍ତ କ୍ରୀଡ଼ାବିତ ଏବେ କଟକ ନିକଟ ମହାନଦୀରେ ଜାରି ରଖିଛନ୍ତି ଅଭ୍ୟାସ। ପ୍ରସିଦ୍ଧ ସ୍କୁବା ଡାଇଭର ଡକ୍ଟର ସବୀର ବକ୍ସଙ୍କ ତତ୍ୱାବଧାନରେ ସମସ୍ତେ ପ୍ରଶିକ୍ଷଣ ଜାରି ରଖିବା ସହ ସଫଳ ହେବାକୁ କରୁଛନ୍ତି ପ୍ରୟାସ। ସମସ୍ତ ଖେଳାଳି ଭୁବନେଶ୍ୱରରେ ପହଂଚିବା ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଆସୋସିଏସନ ପକ୍ଷରୁ ଦିଆଯାଇଛି ସମ୍ବର୍ଦ୍ଧନା । ରାଜ୍ୟରେ ପ୍ରସିଦ୍ଧି ଲାଭ କରୁଛି ୱାଟର ସ୍ପୋର୍ଟ୍ସ । ଅନେକ ସମୟରେ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରୁଛନ୍ତି ରାଜ୍ୟର କ୍ରୀଡ଼ାବିତ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories