Vidyabharati Surrenders / ଏସିଏଫ ସୌମ୍ୟରଞ୍ଜନ ମୃ*ତ୍ୟୁ ମାମଲା…ଆତ୍ମସମର୍ପଣ କଲେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ…ହୋଇପାରନ୍ତି ଗିରଫ
·1 hour ago·2 min read

Key Points
ଗିରଫ ହୋଇପାରନ୍ତି ବିଦ୍ୟାଭାରତୀ ପଣ୍ଡା
ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ
ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ*ତ୍ୟୁ ମାମଲା ରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆଜି ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୂର୍ବରୁ ହାଇକୋର୍ଟ ତାଙ୍କ ଜାମିନକୁ ଖାରଜ କରିଛନ୍ତି। ଅନ୍ତରୀଣ ସୁରକ୍ଷା ଦେବାକୁ ମଧ୍ୟ ମନା କରୀ କେସ ଡାଏରୀ ନିର୍ଦ୍ଦେଶ ଦେଇଛନ୍ତି।
୧୨ ଜୁଲାଇ ୨୦୨୧ ରାତିରେ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ନିଆଁରେ ପୋଡି ହୋଇଥିଲେ।
ପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ମଧ୍ୟ SDJM ଙ୍କ ନିକଟରେ ଅକ୍ଟୋବର ୩୦ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଗତକାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ପୋଲିସ୍ ଗିରଫ କରିଛି।
କିଛି ଦିନ ତଳେ ପାରଳାଖେମୁଣ୍ଡି ACFO ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଝଟକା ଲାଗିଥିଲା । ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ସେ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏଥିସହ ପାରଳାଖେମୁଣ୍ଡି SDJM କୋର୍ଟଙ୍କ ପୂର୍ବ ଆଦେଶକୁ ମଧ୍ୟ କାଏମ ରଖିଥିଲେ ହାଇକୋର୍ଟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କ ବିରୋଧରେ ହତ୍ୟା ଓ ଷଡ଼ଯନ୍ତ୍ର ଭଳି ସଂଗୀନ ଅଭିଯୋଗ ରହିଛି। ଏହି ମାମଲାରେ କୋର୍ଟରେ ତାଙ୍କ ବ୍ୟକ୍ତିଗତ ହାଜରକୁ ଅପରିହାର୍ଯ୍ୟ ବୋଲି ସ୍ପଷ୍ଟ କରିଥିଲେ ହାଇକୋର୍ଟ । ବ୍ୟକ୍ତିଗତ ହାଜରରୁ ଛାଡ଼ ପାଇଁ ବିଦ୍ୟାଭାରତୀ ଦୂରତା ଓ ଚାକିରିକୁ ଆଳ କରି ଆବେଦନ କରିଥିଲେ । ପାରଳାଖେମୁଣ୍ଡିରୁ ପ୍ରାୟ ୫୨୪ କିଲୋମିଟର ଦୂରରେ ରହିବା ସହ ଚାକିରି ସମ୍ପର୍କିତ ସମସ୍ୟା ଦର୍ଶାଇ କୋର୍ଟରେ ପ୍ରତିଥର ହାଜର ହେବାରୁ ଛାଡ଼ ପାଇଁ ସେ ଅନୁରୋଧ କରିଥିଲେ । ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ । ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଥିବାରୁ ମାମଲାରେ ବ୍ୟକ୍ତିଗତ ହାଜର ଆବଶ୍ୟକ ବୋଲି କୋର୍ଟ କହିଥିଲେ । ଏଥି ସହ ଅକ୍ଟୋବର ୧ ତାରିଖ କିମ୍ବା ତା’ ପୂର୍ବରୁ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଥିଲା । ହାଜର ହେବା ପରେ ଯଦି ସେହିଦିନ ଜାମିନ ଆବେଦନ କରନ୍ତି, ତେବେ ସେହିଦିନ ହିଁ ଜାମିନ ଆବେଦନର ଶୁଣାଣି କରିବାକୁ ସେସନ୍ସ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
Related Topics
Explore more stories