Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାର୍ସଲ ବୋମା ରାୟ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା

Odisha

ପାର୍ସଲ ବୋମା ରାୟ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପାର୍ସଲ ବୋମା ରାୟ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା

Key Points

ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ପରିବାର
ପୁଞ୍ଜିଲାଲକୁ ଫାଶୀ ହେବା ନେଇ ଆଶା ରଖିଥିଲୁ: ସୌମ୍ୟଙ୍କ ବାପା ମା
`କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ' `ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି'

ଚର୍ଚ୍ଚିତ ପାର୍ସଲ ବୋମା ଘଟଣାର ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ପରିବାର । ସୌମ୍ୟଙ୍କ ମାଆ କହିଛନ୍ତି, ପୁଞ୍ଜିଲାଲକୁ ଫାଶୀ ହେବା ନେଇ ଆଶା ରଖିଥିଲୁ । ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ ଅଛୁ । ପୁଅର ଆତ୍ମା କିଛିଟା ଶାନ୍ତି ପାଇଛି । ପୁଞ୍ଜିଲାଲକୁ ମଣିଷ ବୋଲି କୁହାଯିବନି । ସେ ଯଦି ଉପରକୋର୍ଟ ଯିବ, ଆମେ ବି ଯିବୁ । ଦାର୍ଘ ୭ ବର୍ଷ ହେଲା କୋର୍ଟ ଆସୁଥିଲୁ । ସେପଟେ ପୁଞ୍ଜିଲାଲକୁ ଫାଶୀ ଦେବାକୁ ଦାବି କଲେ ସୌମ୍ୟଙ୍କ ଶାଶୁ ଓ ଶ୍ବଶୁର । କୋର୍ଟଙ୍କ ରାକୁ ଅସମ୍ମାନ କରୁନୁ, କିନ୍ତୁ ଦଣ୍ଡ ଯଥେଷ୍ଟ ହେଲାନି । ଆମେ ବହୁତ କଷ୍ଟ ପାଇଛୁ, ଫାଶୀ ଦଣ୍ଡ ହୋଇଥିଲେ ଆମେ ଖୁସି ହୋଇଥାଆନ୍ତୁ ବୋଲି କହିଛନ୍ତି ।


ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ଆସିଲା ବଡ଼ ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ । ମାମଲାର ୭ ବର୍ଷ ପରେ ଆସିଲା ଚୂଡ଼ାନ୍ତ ରାୟ । ତେବେ ୨୦୧୮ ମସିହା ଫେବୃଆରୀ ୨୩ରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ଘଟଣାସ୍ଥଳରେ ହୋଇଥିଲା ମୃତ୍ୟୁ । ବୃତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁଞ୍ଜିଲାଲ ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I

Education Next Season 5
Sponsored
Soumya's family reacts to parcel bomb verdict | Argus News