Cyclone Update / ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ନେବ ଅବପାତର ରୂପ
·9 months ago·2 min read

Key Points
ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ
୨୪ ଘଣ୍ଟାରେ ନେବ ଅବପାତର ରୂପ
୨୫ରୁ୨୬ ଭିତରେ ବାତ୍ୟା ରୂପ ନେବା ଆଶଙ୍କା
ଆମେରିକୀୟ ପାଣିପାଗ ମଡେଲ୍ GFSର ଆକଳନ
ଡିସେମ୍ବର 2ରେ ଓଡ଼ିଶାରେ ମାଡ଼ ହେବ ବାତ୍ୟା
୨୪ ଘଣ୍ଟାରେ ନେବ ଅବପାତର ରୂପ
୨୫ରୁ୨୬ ଭିତରେ ବାତ୍ୟା ରୂପ ନେବା ଆଶଙ୍କା
ଆମେରିକୀୟ ପାଣିପାଗ ମଡେଲ୍ GFSର ଆକଳନ
ଡିସେମ୍ବର 2ରେ ଓଡ଼ିଶାରେ ମାଡ଼ ହେବ ବାତ୍ୟା
ଡିସେମ୍ବର 2 ତାରିଖରେ ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଆମେରିକୀୟ ପାଣିପାଗ ମଡେଲ୍ GFSର ଏମିତି ଆକଳନ ପୁଣି ରାଜ୍ୟବାସୀଙ୍କ ମନରେ ପଶାଇ ଦେଇଛି ଛନକା । ଏବେ ଧାନ ଅମଳ ଋତୁ ଚାଲିଥିବାବେଳେ ବାତ୍ୟା ବିପତ୍ତି ଆଣିପାରେ। ଏକାଧିକ ପାଣିପାଗ ମଡେଲ୍ ବାତ୍ୟା ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ପୂର୍ବାନୁମାନ କରୁଥିବାବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ । ୨୫ ରୁ୨୬ ତାରିଖ ଭିତରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି ।
ନଭେମ୍ବରରେ ବି ଓଡ଼ିଶାକୁ ବାତ୍ୟା ବିପଦ । ଭିନ୍ନ ଭିନ୍ନ ପାଣିପାଗ ମଡେଲର ପୂର୍ବାନୁମାନ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ପୁଣି ରାଜ୍ୟବାସୀଙ୍କ ମନରେ ଭରିଛି ବାତ୍ୟା ଛନକା । ଏବେ ସୁଦ୍ଧା ଆସିଥିବା ଖବର ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟାରେ ନେବ ଅବପାତର ରୂପ ।
ଆଉ ଏକ ପାଣିପାଗ ମଡେଲ୍ ECMWF ଅନୁସାରେ ଦକ୍ଷିଣ - କେନ୍ଦ୍ରୀୟ ବଙ୍ଗୋପସାଗରରେ 25ରୁ26 ଭିତରେ ସୃଷ୍ଟି ହେବ ବାତ୍ୟା । ଡିସେମ୍ବର 1-2 ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁଙ୍କ ଆକଳନ ଅନୁସାରେ ମାଲାସ୍କା ସହ ଶ୍ରୀଲଙ୍କା ଉପକୂଳରେ ବି ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି ।
ଏଥିସହ ପଢ଼ନ୍ତୁ: ଲଘୁଚାପ ପାଇଁ ରାଜ୍ୟରେ ବଦଳିବ କି ପାଗ ? ଆଗାମୀ ୭ ଦିନ ପାଇଁ କ'ଣ ରହିଛି ପାଣିପାଗ ବିଭାଗର ପୂର୍ବାନୁମାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଅନୁସାରେ ବାତ୍ୟା ନେଇ 25 ବା 26 ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ। ବାତ୍ୟାର ଗତିପଥ ଏବଂ ଓଡ଼ିଶା ଉପରେ ପ୍ରଭାବ ନେଇ ଆଉ 2 ଦିନ ପରେ ଜଣାପଡ଼ିବ। ତେବେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । କିନ୍ତୁ 100 ବର୍ଷର ରେକର୍ଡ କହୁଛି ନଭେମ୍ବର 15 ପରେ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡିଶା ଉପରେ ପଡ଼ିନାହିଁ । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କିନ୍ତୁ ଏଯାଏଁ ବାତ୍ୟା ନେଇ କରିନାହିଁ କୌଣସି ଆକଳନ । ତେବେ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଚାଷୀମାନେ ସତର୍କ ରହିବା ସହ ଅମଳକ୍ଷମ ଧାନ କାଟି ଆଣିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories