Odisha Monsoon / ଖୁସି ଖବର…ରଜ ପୂର୍ବରୁ ଓଡ଼ିଶାକୁ ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ
·3 months ago·2 min read

Key Points
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁଛି

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ମୌସୁମୀ ଛୁଇଁଛି।
ରଜ ପୂର୍ବରୁ ଆଜି ରାଜ୍ୟକୁ ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। କେରଳମ୍ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ ବାୟୁ। ଜୁନ୍ ୪ ତାରିଖରେ କେରଳମ୍ ଛୁଇଁ ଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।
ଏହାସହ ପଢ଼ନ୍ତୁ: IMD ର ବଡ଼ ଆଲର୍ଟ: ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ଝଡ଼-ବର୍ଷା, ୬୦ କିମି ବେଗରେ ବହିବ ପବନ
ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ପହଞ୍ଚିଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ପ୍ରଥମେ ଆକଳନ କରାଯାଇଥିଲା। କିନ୍ତୁ ପରେ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୪ ତାରିଖରେ କେରଳମ୍ ଛୁଇଁଥିଲା।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କ’ଣ? ଜାଣନ୍ତୁ କିପରି ଭାରତରେ ବର୍ଷା ଆଣେ
ଭାରତର ପାଣିପାଗ ବ୍ୟବସ୍ଥାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଦେଶର ଅଧିକାଂଶ ଅଞ୍ଚଳରେ ବାର୍ଷିକ ବର୍ଷାର ମୁଖ୍ୟ ଉତ୍ସ ହେଉଛି ଏହି ମୌସୁମୀ ପବନ। ସାଧାରଣତଃ ଜୁନ୍ ମାସ ଆରମ୍ଭରେ ଏହା କେରଳମ୍ ଉପକୂଳରେ ପହଞ୍ଚିଥାଏ ଏବଂ ପରେ ଧୀରେ ଧୀରେ ସମଗ୍ର ଦେଶକୁ ବ୍ୟାପିଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ରୀଷ୍ମ ଋତୁରେ ଭାରତୀୟ ଉପମହାଦେଶର ଭୂଭାଗ ଅତ୍ୟଧିକ ଉତ୍ତପ୍ତ ହୋଇଯାଏ। ଏହା ଫଳରେ ଏଠାରେ ନିମ୍ନ ଚାପ ସୃଷ୍ଟି ହୁଏ। ଅନ୍ୟପଟେ ଭାରତ ମହାସାଗର, ଆରବ ସାଗର ଏବଂ ବଙ୍ଗୋପସାଗର ଉପରେ ଥିବା ଆର୍ଦ୍ର ବାୟୁ ଏହି ନିମ୍ନ ଚାପ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ। ଏହି ଆର୍ଦ୍ର ବାୟୁ ହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାବେ ପରିଚିତ।
ଏହି ମୌସୁମୀ ବାୟୁ ଦୁଇଟି ଶାଖାରେ ବିଭକ୍ତ ହୋଇଥାଏ—ଆରବ ସାଗର ଶାଖା ଏବଂ ବଙ୍ଗୋପସାଗର ଶାଖା। ଉଭୟ ଶାଖା ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା କରାଇଥାଏ। ଓଡ଼ିଶାରେ ସାଧାରଣତଃ ଜୁନ୍ ମାସ ମଧ୍ୟଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରେ ଏବଂ ଚାଷ କାର୍ଯ୍ୟକୁ ଗତିଶୀଳ କରିଥାଏ।
ଭାରତର କୃଷି, ଜଳସମ୍ପଦ ଓ ଅର୍ଥନୀତି ମୁଖ୍ୟତଃ ଏହି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଚାଷୀମାନଙ୍କ ପାଇଁ ଏହା ଆଶାର ବାର୍ତ୍ତା ନେଇ ଆସେ, କାରଣ ଧାନ ସମେତ ଅନେକ ଫସଲର ଉତ୍ପାଦନ ଏହି ବର୍ଷା ଉପରେ ନିର୍ଭର କରେ। ତେବେ ଅତ୍ୟଧିକ କିମ୍ବା କମ୍ ବର୍ଷା ବନ୍ୟା ଓ ମରୁଡ଼ି ପରି ପରିସ୍ଥିତି ମଧ୍ୟ ସୃଷ୍ଟି କରିପାରେ। ସେଥିପାଇଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଏକ ପାଣିପାଗୀୟ ଘଟଣା ନୁହେଁ, ବରଂ ଭାରତର କୃଷି, ଅର୍ଥନୀତି ଓ ସାଧାରଣ ଜୀବନ ସହ ସିଧାସଳଖ ଭାବେ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବ୍ୟବସ୍ଥା।

Related Topics
Explore more stories