Videos
|
Odisha

ଶୋଭନା ହେଲେ ମହିଳା କମିଶନ ଅଧ୍ୟକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସୂଚନା

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଶୋଭନା ହେଲେ ମହିଳା କମିଶନ ଅଧ୍ୟକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସୂଚନା

Key Points

ଘୋଷଣା ହେଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷଙ୍କ ନାଁ
ବବିତା ପାତ୍ର ହେଲେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି

ଘୋଷଣା ହେଲା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷଙ୍କ ନାଁ । ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି । ଏହାସହ ବବିତା ପାତ୍ର ହେଲେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ । ଏ ନେଇ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷାର ସଦସ୍ୟ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର ।


୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ । ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sovana-mohanty-new-chairperson-of-odisha-state-commission-for-women-news | Argus News