ଆସନ୍ତାକାଲି ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି

ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହକୁ ମୁଲତବି ରଖାଯାଇଛି । ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏଥର ଦୁଇଟି ପର୍ଯ୍ୟାୟରେ ହେବ ବଜେଟ୍ ଅଧିବେଶନ । ପ୍ରଥମ ଅଧିବେସନ ଆଜିଠୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ ଏବଂ ୨୯ ରେ ବ୍ୟୟମଞ୍ଜୁରୀ ବିଲ ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପତି ଅଭିଭାଷଣ ରଖିଛନ୍ତି । ତେବେ ଦୁଇଟି ପର୍ଯ୍ୟାୟରେ ମୋଟ ୨୮ ଦିନର କାର୍ଯ୍ୟ ଦିବସ ରହିଛି । ମୋହନ ସରକାରଙ୍କ ଏହି ଦ୍ୱିତୀୟ ବଜେଟରେ ବିରୋଧୀ ବାରବାଟୀ ଲାଇଟ ବନ୍ଦ ପ୍ରସଙ୍ଗ ଉଠାଇପାରନ୍ତି । ଏଥର ବଜେଟରେ ସରକାର କ’ଣ ନୂଆ ଘୋଷଣା କରିବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।