Assembly / ୪ ମିନିଟ ଚାଲିବା ପରେ ୪ଟା ଯାଏଁ ଗୃହ ମୁଲତବି

Key Points
ଦ୍ଵିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲା । ପ୍ରଶ୍ନକାଳ ଆରମ୍ଭ ରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କଲା ବିଜେଡି । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି
ଗୃହ ଆରମ୍ଭର ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ବିଧାନସଭାର ଦ୍ଵିତୀୟ ଦିନର ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଛି । ରାଜ୍ୟରେ ସାର ଶଙ୍କଟ, ସାର କଳା ବଜାରୀ ପ୍ରସଙ୍ଗ ରେ ହାତ ରେ ପ୍ଲାକାର୍ଡ, ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ଚାଲିଛି ନାରାବାଜି ।
ବାଚସ୍ପତିଙ୍କ ଫୋଡିୟମ ତଳକୁ ଆସି ବିଜେଡି ବିଧାୟକଙ୍କ ପ୍ରତିବାଦ ଚାଷୀ ମାରଣ ନୀତି ଚଳିବ ନାହିଁର ନାରା ପକାଇଥିଲେ ବିଜେଡି ବିଧାୟକ । ଯାହାକୁ ନେଇ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ରହିଛି । ମାତ୍ର ୪ ମିନିଟ ଚାଲିଥିଲା ପ୍ରଶ୍ନଉତ୍ତର । ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଶ୍ନୋତ୍ତର ବେଳେ ଆରମ୍ଭ ହୋଇଥିଲା ହୋହାଲ୍ଲା ।
📱 Get Argus News App
✨ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ । ଯାହାକୁ ନେଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।