ବିରୋଧୀଙ୍କ ପ୍ରଶ୍ନକୁ ଡରି ଅଧାରୁ ବନ୍ଦ କରିଦେଲେ କି ବିଧାନସଭା ?

Key Points
- ପ୍ରଶ୍ନ ଥିଲେ ବି ଅଧାରୁ ବନ୍ଦ ହେଲା ବିଧାନସଭା
- ମାତ୍ର ୪ ଦିନରେ ଦି' ଏଣ୍ଡ କରିଦେଲେ ସରକାର
- ବିରୋଧୀ ଧରିଦେଲେ ସରକାରଙ୍କ ଷଡଯନ୍ତ୍ର
- ଖସି ଯିବାକୁ ପଳାୟନପନ୍ଥୀ ଉପାୟ ବାଛିଲା ବିଜେଡି ସରକାର
ଅର୍ଗସ ବ୍ୟୁରୋ: ଯାହା ରାଜ୍ୟରେ ପୂର୍ବରୁ କେବେ ହୋଇନଥିଲା । ତାହା ଚଳିତବିଧାନସଭାର ଶୀତ ଅଧିବେଶନରେ ବିଜେଡି କରି ଦେଖାଇଲା । କାରଣ ନିର୍ଦ୍ଧାରିତ ସମୟରୁ ବିଧାନସଭାକୁ ସାଇନ୍ ଏ ଡାଏ ଘୋଷଣା କରିବା ନୂଆ ନଥିଲା ବରଂ ମାତ୍ର ୪ ଦିନରେ ବିଧାନସଭା ବନ୍ଦ କରିବା ନୂଆ ଥିଲା । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।
ମାତ୍ର ୪ ଦିନ ମଧ୍ୟରେ ଓଡିଶା ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ କରି ଦେବାକୁ ନେଇ ଜୋର ଧରିଲା ରାଜନୀତି । ତାତିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ସିଧାସିଧା ପ୍ରେସମିଟ୍ରେ ପଚାରିଲେ ପ୍ରଶ୍ନ । ପ୍ରତି ବିଧାୟକଙ୍କର ୮ଟି ପ୍ରଶ୍ନ ଥିବା ବେଳେ ୧୪୭ ବିଧାୟକଙ୍କ ପାଖରେ ଅନେକ ପ୍ରଶ୍ନ ରହିଛି । ହେଲେ ଜାଣିଶୁଣି ଗୃହକୁ ବନ୍ଦ କରିଦେଲେ ସରକାର । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାରଙ୍କ ପାଖରେ ସମୟ ନାହିଁ ?
ବିଜେଡି ନେତା ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ବି କୁହନ୍ତି, ଗରିବ ଲୋକଙ୍କ ବଳ ବିଜୁ ଜନତା ଦଳ । ପ୍ରତି ମୁହୂର୍ତ୍ତରେ ଗାଁରେ ପହଞ୍ଚି ଲୋକଙ୍କ କଥା ବୁଝିଥାଏ ଦଳ । ଏମିତିକି ଲୋକଙ୍କ ଅଭିଯୋଗ ଆଣିବାକୁ ଆଡ଼ମ୍ବର ପୂର୍ଣ୍ଣ ଭାବେ ଟେଣ୍ଟ ବାନ୍ଧି ହେଲିକପ୍ଟରରେ ଯାଇ ଗୋଟିଏ ଦରଖାସ୍ତ ଆଣିବା ପାଇଁ ସିଏମଓ 9 ହଜାର ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏଠି ଗାନ୍ଧୀ ମାର୍ଗରେ ବସିଥିବା ଲୋକଙ୍କର ଗୁହାରି ଶୁଣିବା ପାଇଁ କାହାର ଦେଖାନାହିଁ । ଯାହା କି ବିଧାନସଭାରେ ଆଲୋଚନା ହୋଇଥିଲେ ସରକାରଙ୍କ ମୁଖା ଖୋଲି ଯାଇଥାନ୍ତା । ତେଣୁ ସରକାର ଭୟବିତ ହୋଇ ପଳାୟନ ପନ୍ଥି ହୋଇଛନ୍ତି ।
📱 Get Argus News App
✨ଖାଲି ଏତିକି ନୁହେଁ ବରଂ କ୍ୟାବିନେଟରେ ଆଣାଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ଆଇନ ଆଣି ଆଦିବାସୀ ମାନଙ୍କ ଜମି ଦଲାଲ ମାନଙ୍କୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ମୋହନ । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦ ହୋଇଥିବାରୁ ଏବେ ହରଡଘଣାରେ ସରକାର ।