ଶ୍ରୀମନ୍ଦିରରେ ସରିଲା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଓ ଇନ୍ଦ୍ର ହାତୀ ପ୍ରସ୍ତାବ ନୀତି

Key Points
ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି
ଗ୍ରହଣ ସ୍ପର୍ଶ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ
ଗ୍ରହଣଭୋଗ ହେବାପରେ ବନ୍ଦ ଥିବା ଅନ୍ୟ ନୀତି ତ୍ୱରାନ୍ୱିତ
ଆଜି ଭାଦ୍ରବ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ଓ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ଆଳତି ସରିବା ପରେ ଠାକୁରଙ୍କ ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀଦୋଳଗୋବିନ୍ଦଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇ ଏକ ପଟୁଆରରେ ଠାକୁରଙ୍କ ପାଲିଙ୍କି ସିଂହଦ୍ୱାର ନିକଟରେ ପହଂଚିଵା ପରେ ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଓ ଗୋବିନ୍ଦଙ୍କୁ ବନ୍ଦାପନା କରାଯିବା ସହ ସେଠାରେ ଇନ୍ଦ୍ର ହାତୀ ପ୍ରସ୍ତାବ ଅନୁଷ୍ଠିତ ହୋଇଥିଲା ।
ଏହା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ସେପଟେ ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଥିବାରୁ ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନିତି ଓ ଇନ୍ଦ୍ର ହାତୀ ପ୍ରସ୍ତାବଅନୁଷ୍ଠିତ ହୋଇଯାଇଛି ।
📱 Get Argus News App
✨ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ରହିଥିବା ବେଳେ ସର୍ବମୋକ୍ଷ ରାତି ୧ ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ରାତି ୨ଟା ୨୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ଗ୍ରହଣ ସ୍ପର୍ଶ ହେଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ହେବାପରେ ବନ୍ଦ ଥିବା ଅନ୍ୟ ନୀତି ତ୍ୱରାନ୍ୱିତ ହେବ ।