Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭକ୍ତଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭକ୍ତଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା...

ଖରାରେ ସିଝିବେନି ଭକ୍ତ । ସୂର୍ଯ୍ୟଙ୍କ ପ୍ରକୋପରୁ ବର୍ତ୍ତିବା ପାଇଁ କରାଯାଇଛି ବ୍ୟବସ୍ଥା । ରାଜ୍ୟ ସରକାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରୁଛନ୍ତି ଅତି ସହଜ । ଧିରେ ଧିରେ ସୁଧୁରୁଛି ସ୍ଥିତି । ଭକ୍ତଙ୍କୁ ଆଉ ଟାଇଁ ଟାଇଁ ଖରାରେ ଧାଡ଼ିରେ ଛିଡ଼ା ହୋଇ ହନ୍ତସନ୍ତ ହେବାକୁ ପଡ଼ିବନି । କାରଣ ସେମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ସୁନ୍ଦର ବ୍ୟବସ୍ଥା। ଖରା ଦାଉରୁ ରକ୍ଷା ପାଇଁ ବଡ଼ଦାଣ୍ଡରେ ସେଡ୍‌ ବ୍ୟବସ୍ଥା କରାଯାଇଛି । ଏମିତିକି ପାଣି ପିଇବାକୁ ମଧ୍ୟ ଦିଆଯାଉଛି । ଖାଲି ସେତିକି ନୁହେଁ ଭକ୍ତଙ୍କୁ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଁ କୁଲର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତଙ୍କ ପାଦ ଯେମିତି ଖରାରେ ତାତି ନଯାଏ, ସେଥିପାଇଁ ତଳ ମ୍ୟାଟ୍‌ ମଧ୍ୟ ପଡ଼ିଛି ।

ତେବେ ବିରୋଧୀ ଏସବୁକୁ ସହି ପାରୁନାହାନ୍ତି, ଲୋକଙ୍କୁ ମିଛ କହି ଭ୍ରମିତ କରୁଛନ୍ତି । ଏଭଳି କହି ବିରୋଧୀଙ୍କ ଉପରେ ଆଜି ବର୍ଷିଛନ୍ତି ଆଇନ ମନ୍ତ୍ରୀ। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଭକ୍ତଙ୍କୁ ଜଗନ୍ନାଥଙ୍କ ପାଖକୁ ନଆସିବା ପାଇଁ ସୋସିଆଲ୍ ମିଡିଆରେ ଡ୍ରାଇଭ ଆରମ୍ଭ କରିଛନ୍ତି । କଂଗ୍ରେସ ଓ ବିଜେଡି ଏଭଳି ହୀନ ରାଜନୀତି କରୁଛନ୍ତି । ଭକ୍ତଙ୍କୁ ପ୍ରବର୍ତ୍ତାଉଛନ୍ତି। ତେବେ ଖରା ଓ ଗରମ ପାଇଁ ଶ୍ରୀମନ୍ଦିରରେ ସେଡ୍ ବ୍ୟବସ୍ଥା ହୋଇଛି । ପାଣି ଦେବା ବ୍ୟବସ୍ଥା ହୋଇଛି, କୁଲର୍ ଲାଗିଛି । ତଳେ ମ୍ୟାଟ୍ ପଡ଼ିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅନ୍ୟପଟେ ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିୟୁଙ୍କର ଖସାପଡ଼ା ନୀତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ। ଖସାପଡ଼ା ନିତି ଶ୍ରୀଜିୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ।

ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡ଼ାରେ ଘୋଡ଼ାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମୁଖ୍ୟତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Special arrangements have been made for devotees... | Argus News